ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନବିନ୍ଦୁ ସଂଯୋଜକଙ୍କ ଜନ୍ମ ଦିବସରେ ରକ୍ତ ଦାନ ଶିବିର ଆୟୋଜିତ

ରାଉରକେଲା/ ଉତ୍କଳ ସା°ସ୍କୃତିକ ପରିଷଦ ଆନୁକୁଲ୍ୟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ରାଉରକେଲା ଜୀବନ ବିନ୍ଦୁ ସଂଯୋଜକ ତଥା ପାଲଲହଡା, ଛେଣ୍ଡିପଦା ର ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ୫୩ତମ ଜନ୍ମ ଦିନ ସ୍ଥାନୀୟ ସେକ୍ଟର-୨ କମ୍ୟୁନିଟ ସେଣ୍ଟର୍ ଠାରେ କେକ୍ କାଟି ଓ ୫୩ ୟୁନିଟ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ସୁନ୍ଦର ରାୟ, ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ କାୟଲ, ସମ୍ମାନିତ ଅତିଥି ଭାବେ ସମାଜ ରାଉରକେଲା ବ୍ୟୁରୋ ମନୋରଞ୍ଜନ ଦାଶ, ମିନତୀ ଦେବତା ଅନ୍ୟତମ ଅତିଥି ଭାବେ ବିଭୁତି ଭୁଷଣ ପୂହାଣ, ଶିଶିର ସାହୁ,ବୁଲୁ ପୂହାଣ, ଗୈାତମ ବାଡା, ପ୍ରକାଶ ପାଶ୍ବାନ, ସୁବାସ ବର୍ମା, ବାବୁ ଖାଁ,ପ୍ରଭୁ ପାତ୍ର, ବିରେନ୍ ପତି ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ରକ୍ତ ଦାନ ଶିବିରକୁ ସର୍ବଶ୍ରୀ ଶଙ୍କର ଜେନା, ବିରେନ୍ଦ୍ର ସ୍ଵାଇଁ, ଅଦିତ୍ୟ ବାରିକ,ଅରୁ ମହାପାତ୍ର, ଅଜିତ ଖଣ୍ଡୁଆଳ, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ରକ୍ତ ଦାତା ସର୍ବଶ୍ରୀ ସୁବ୍ରତ ଚୌଧୁରୀ, ସୁରେଶ ଭଦ୍ର, ଡଃ ଅମିତ୍ ବିକ୍ରମ ଦେବତା,ଦେଵକାନ୍ତ ସାହାଣୀ,ଜତୀନ୍ ପାତ୍ର,ସ୍ବାତୀ ସୁମନ ଜେନା ପ୍ରମୁଖ ରକ୍ତଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!