ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ମହିଳାଙ୍କ ବେକରୁ ହାର ଲୁଟି ନେଲେ କଳା ପଲସର ଲୁଟେରା

ମୟୂରଭଞ୍ଜ- ୧୦/୬/୨୨(ମସିହା) ଆଗକୁ ଗଣପର୍ବ ରଜ ଓ ପବିତ୍ର ରଥଯାତ୍ରା ଆସୁଛି ।ସାରା ସହର , ପଲ୍ଲୀ ସବୁ ଚଳ ଚଂଚଳ ଓ ଗହଳି ହେବାକୁ ଯାଉଛି ।ଏହାର ସୁଯୋଗକୁ ଅନେଇ ବସିଛନ୍ତି ଲୁଟେରା ଦଳ । ବାମନଘାଟୀକୁ ଅଶାନ୍ତ କରୁଛନ୍ତି ଝାଡ଼ଖଣ୍ଡ , ଗଂଜାମ ଲୁଟେରା ଦଳ । ଅଶାନ୍ତ ହେଉଛି ବାମନଘାଟୀ । ସୂଚନାଯୋଗ୍ୟ ଆଜି ଭୋର ସମୟରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଦୁବୁଲାବେଡା(ବିକାଶ ନଗର)ରେ ସକାଳ ୫.୪୫ ସମୟରେ ଜଗଦୀଶ ଚନ୍ଦ୍ର ବାରିକଙ୍କ ପତ୍ନୀ ଘରଦାଣ୍ଡ ଓଳାଉଥିବା ସମୟରେ କଳା ପଲସର ଚଳାଉଥିବା ଜଣେ ଲୁଟେରା ମାସ୍କ ଓ ହେଲମେଟ ପିନ୍ଧିଥିଲା ହଠାତ୍ ପହଞ୍ଚି ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ନେଇ ଦୃତ ଗତିରେ ଆସି ପଳାଇଥିବା । ସେହିଭଳି ରାଇରଙ୍ଗପୁର ସହରର କ୍ରାନ୍ତିନଗରରେ ରୁମ୍ପା ଘୋଷ ଏବଂ ତାଙ୍କ ସ୍ବାମୀ ରାମ ରଂଜନ ଦଣ୍ଡପାଟ ରାସ୍ତାକଡରେ ତାଙ୍କ କାର‌ ପାଖରେ ନିଜର ଛୋଟ ଛୁଆକୁ କାଖେଇ ଥିବା ଅବସ୍ଥାରେ ହଠାତ୍ କଳା ପଲସରରେ ଜଣେ ମୋଟା ଲୋକ ହେଲମେଟ ଓ ମାସ୍ଖ ପିନ୍ଧିଥିଲା ସୁନା ଚେନ ଭାବି ସିଟି ଗୋଲ୍ଡ ହାରକୁ ଛିଡାଇ ନେଇ ଦୃତ ଗତିରେ ପଳାଇଥିଲା ।ବାଇକରେ ନମ୍ବର ପ୍ଲେଟ ନ ଥିଲା ।ଘଟଣାଟି ସକାଳ ୭ଟା ସମୟରେ ଘଟିଥିଲା । ଯାହାକୁ ନେଇ ସାରା ସହରବାସୀ ଭୟଭୀତ ହୋଇ ପଡ଼ିଥିଲେ । ଜଗଦୀଶ ବାରିକ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ଏକ ମାମଲା କେଶ ନମ୍ବର ୧୪୪/୨୨ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଜମିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ଯକ୍ଷଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ରାସ୍ତା ,ପାନୀୟଜଳ ତଥା ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!