ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଂଚାୟତ ଚାଉଳ ହଡ଼ପ ଅଭିଯୋଗ ତଦନ୍ତ କଲେ ଉପଜିଲ୍ଲାପାଳ

ପାପଡାହାଣ୍ଡି,15/10, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଂଚାୟତର ପ୍ରାୟ ନଅ ଶହ ହିତାଧିକାରୀଙ୍କ ଚାଉଳ ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି | ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ସାହୁ ଏହାର ତଦନ୍ତ କରିଛନ୍ତି | ଗୋଦାମ ଗୃହରେ ଥିବା ଗଛିତ ଚାଉଳ ବସ୍ତାର ପରିମାଣ ସହ ହିସାବ ନିକାସ କରାଯାଇଛି | ସୂଚନା ମୁତାବକ ପଂଚାୟତର ୱାର୍ଡନମ୍ବର 1, 2, 3,4,5 ଓ 6 ର ପ୍ରାୟ 900ଜଣ ହିତାଧିକାରୀଙ୍କ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ମିଳିନଥିଲା | ହିତାଧିକାରୀ ବାରମ୍ବାର ପଂଚାୟତ ଆସି ନିରାଶ ହୋଇ ଫେରୁଥିଲେ | ହିତାଧିକାରୀ ମାନେ ସରପଞ୍ଚ ସୁମିତ୍ରା ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଗତ 26/9 ରିଖରେ ସରପଞ୍ଚ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ଏ ନେଇ ଅଭିଯୋଗ କରିଥିଲେ | କିନ୍ତୁ କିଛି କାର୍ଯ୍ୟକାରୀ କରାଯାଇନଥିଲା | ଚାଉଳ ନ ପାଇ ହିତାଧିକାରୀ ମାନେ ପୁଣି  ସରପଞ୍ଚଙ୍କୁ ଜଣାଇଥିଲେ | ସରପଞ୍ଚ ଶେଷରେ ଗତ 14/10 ରିଖରେ ପିଡି ରତ୍ନାକର ସାହୁଙ୍କୁ ଜଣାଇବା ପରେ ସେ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଉପଜିଲ୍ଲାପାଳ ପ୍ରଶାନ୍ତ ସାହୁ ପହଁଚି ଗୋଦାମରେ ଥିବା ଚାଉଳ ବସ୍ତାର ପରିମାଣ ଦେଖିବା ସହ ଏସିସିଓ ଏନ ଲଖମଣ ରାଓଙ୍କ ଉପସ୍ଥିତିରେ ଷ୍ଟକ ଲିଷ୍ଟ, କାଗଜ ପତ୍ର ଓ ଗଛିତ ଚାଉଳ ଏବଂ ଉଠାଯାଇଥିବା ଚାଉଳ ବସ୍ତାର ପରିମାଣ ଦେଖିଥିଲେ | ଏହାର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଏସିସିଓ କହିଛନ୍ତି | ସୀତା ମାଝୀ,ଉଷା ପୂଜାରୀ,ପଦମନୀ ବିଷୋୟୀ, ଗୋମତୀ ବିଷୋୟୀ ,ନୀଳଦୀ ମାଝୀ, ଉଲଶା ପୂଜାରୀ , ମଣିମା ମାଝୀ, ଲକ୍ଷୀ ଚନ୍ଦ୍ର ଗୌଡ଼,ବନବାସୀ ଭତରା,ଶୁଭା ଗୌଡ଼,ଜେମା ହରିଜନ, ଡୋମୁବିଷୋୟୀ,ପର୍ଶୁରାମ ବିଷୋୟୀ, ଚନ୍ଦ୍ର ଗୌଡ଼ , ଲମ୍ବୁଧର ନାୟକ,ନରସିଂହ ଭତରା ,ସଦା ଆମନାତ୍ୟ ପ୍ରମୁଖ ଚାଉଳ ପାଇଁ ଆସି ନ ପାଇ ନିରାଶ ହୋଇ ଫେରିଛନ୍ତି | ଗରିବ ଲୋକ କାମ ଧନ୍ଦା ଛାଡି ବାରମ୍ବାର ଚାଉଳ ପାଈଁ ଆସୁଥିବା ବେଳେ ସେମାନ ଙ୍କୁ ନିରାଶ କରାଯାଉଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ

 

Related posts

ଧର୍ମଗଡ଼ – ବିପଦ କୁ ଆମନ୍ତ୍ରଣ କରୁଛି ରାସ୍ତା କଡ ମୁକୁଳା ଡ୍ରେନ

ଭାରତୀୟ କିଶାନ ସଂଘର ଜ଼ିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

ବି ଆର୍ ଜି ଛକ ଠାରେ ବସ୍ ଧକ୍କାରେ ଜଣେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!