ପାପଡାହାଣ୍ଡି,15/10, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଂଚାୟତର ପ୍ରାୟ ନଅ ଶହ ହିତାଧିକାରୀଙ୍କ ଚାଉଳ ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି | ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ସାହୁ ଏହାର ତଦନ୍ତ କରିଛନ୍ତି | ଗୋଦାମ ଗୃହରେ ଥିବା ଗଛିତ ଚାଉଳ ବସ୍ତାର ପରିମାଣ ସହ ହିସାବ ନିକାସ କରାଯାଇଛି | ସୂଚନା ମୁତାବକ ପଂଚାୟତର ୱାର୍ଡନମ୍ବର 1, 2, 3,4,5 ଓ 6 ର ପ୍ରାୟ 900ଜଣ ହିତାଧିକାରୀଙ୍କ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ମିଳିନଥିଲା | ହିତାଧିକାରୀ ବାରମ୍ବାର ପଂଚାୟତ ଆସି ନିରାଶ ହୋଇ ଫେରୁଥିଲେ | ହିତାଧିକାରୀ ମାନେ ସରପଞ୍ଚ ସୁମିତ୍ରା ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଗତ 26/9 ରିଖରେ ସରପଞ୍ଚ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ଏ ନେଇ ଅଭିଯୋଗ କରିଥିଲେ | କିନ୍ତୁ କିଛି କାର୍ଯ୍ୟକାରୀ କରାଯାଇନଥିଲା | ଚାଉଳ ନ ପାଇ ହିତାଧିକାରୀ ମାନେ ପୁଣି ସରପଞ୍ଚଙ୍କୁ ଜଣାଇଥିଲେ | ସରପଞ୍ଚ ଶେଷରେ ଗତ 14/10 ରିଖରେ ପିଡି ରତ୍ନାକର ସାହୁଙ୍କୁ ଜଣାଇବା ପରେ ସେ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଉପଜିଲ୍ଲାପାଳ ପ୍ରଶାନ୍ତ ସାହୁ ପହଁଚି ଗୋଦାମରେ ଥିବା ଚାଉଳ ବସ୍ତାର ପରିମାଣ ଦେଖିବା ସହ ଏସିସିଓ ଏନ ଲଖମଣ ରାଓଙ୍କ ଉପସ୍ଥିତିରେ ଷ୍ଟକ ଲିଷ୍ଟ, କାଗଜ ପତ୍ର ଓ ଗଛିତ ଚାଉଳ ଏବଂ ଉଠାଯାଇଥିବା ଚାଉଳ ବସ୍ତାର ପରିମାଣ ଦେଖିଥିଲେ | ଏହାର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଏସିସିଓ କହିଛନ୍ତି | ସୀତା ମାଝୀ,ଉଷା ପୂଜାରୀ,ପଦମନୀ ବିଷୋୟୀ, ଗୋମତୀ ବିଷୋୟୀ ,ନୀଳଦୀ ମାଝୀ, ଉଲଶା ପୂଜାରୀ , ମଣିମା ମାଝୀ, ଲକ୍ଷୀ ଚନ୍ଦ୍ର ଗୌଡ଼,ବନବାସୀ ଭତରା,ଶୁଭା ଗୌଡ଼,ଜେମା ହରିଜନ, ଡୋମୁବିଷୋୟୀ,ପର୍ଶୁରାମ ବିଷୋୟୀ, ଚନ୍ଦ୍ର ଗୌଡ଼ , ଲମ୍ବୁଧର ନାୟକ,ନରସିଂହ ଭତରା ,ସଦା ଆମନାତ୍ୟ ପ୍ରମୁଖ ଚାଉଳ ପାଇଁ ଆସି ନ ପାଇ ନିରାଶ ହୋଇ ଫେରିଛନ୍ତି | ଗରିବ ଲୋକ କାମ ଧନ୍ଦା ଛାଡି ବାରମ୍ବାର ଚାଉଳ ପାଈଁ ଆସୁଥିବା ବେଳେ ସେମାନ ଙ୍କୁ ନିରାଶ କରାଯାଉଥିବା କହିଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ