ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଗୁଳି ରେ ଦୁଇ ମହିଳା ମାଓବାଦୀ ମୃତ୍ୟୁ , ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ ଜିଲ୍ଲା ପୋଲିସ କୁ ମିଳିଛି ବଡ ସଫଳତା। ତା ୬/୧୨/୨୦୨୨ ରିଖ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ମାତାକୁପା ଓ ତଡିକୋଲା ଗ୍ରାମ ନିକଟସ୍ଥ ସରଂକ୍ଷିତ ଜଙ୍ଗଲ ରେ ମାଓ ଦମନ ନିମନ୍ତେ ଏସ ଓ ଜି ଓ ଡି ଭି ଏଫ ଯବାନ ଟିମ ଙ୍କର ମିଳିତ କମ୍ବିଂ ଅପରେସନ ଚାଲୁଥିଲା ବେଳେ ମାଓବାଦୀ ଙ୍କ ସହ ମୁଁହାମୁହି ହୋଇଥିଲେ। ମାଓବାଦୀ ଓ ପୋଲିସ ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ର ଅତର୍କିତ ଗୁଳିଚାଳନା ଯୋଗୁଁ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ। ଗୁଳି ବିନିମୟ ପରେ ପୋଲିସ ସେହି ସ୍ଥାନ ରୁ ଏକ ମାଓ କ୍ୟାମ୍ପ ଠାବ କରିଥିଲା। ସେହି ମାଓକ୍ୟାମ୍ପ ରୁ ମାଓବାଦୀ ବ୍ୟବହୃତ ବିପୁଳ ମାଓ ସାମଗ୍ରୀ ଇଂସାସଁ ରାଇଫଲ, ତିନୋଟି ଦେଶୀ ବନ୍ଧୁକ,୩ ଟି 3 not 3 ବନ୍ଧୁକ, ମେଗାଜିନ ପାଉଚ, ମେଡ଼ିସିନ ମାଓପୁସ୍ତକ, ଇଲେକଟ୍ରି ତାର,କାର୍ଡ଼େକ୍ସ ତାର,ଜୀବନ୍ତ ଗୁଳି,ହଭେର ସେକ,ରେଡ଼ିଓ,ସୋଲାର ପ୍ଲେଟ,ମାଓ ପୋଷାକ,୫ ହଜାର ୮ ଶହ ଟଙ୍କା, ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି। ଏହି ମହିଳା ମାଓବାଦୀ ମୃତ୍ୟୁ ଘଟଣା ର ସମୀକ୍ଷା କରିବା ନିମନ୍ତେ ଆଜି ଆଇଜି ଅପରେସନ ଅମିତାଭ ଠାକୁର ହେଲିକେପ୍ଟେର ଯୋଗେ ଫୁଲବାଣୀ ଆସି ମୃତ୍ୟୁ ଦୁଇ ମହିଳା ମାଓବାଦୀ ଙ୍କର ଶବ ଏବଂ ଜବତ ମାଓ ସାମଗ୍ରୀ ଅନୁଧ୍ୟାନ କରି ଥିଲେ। ଏବେ ମଧ୍ୟ ସେହି ସ୍ଥାନରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ଏହି ମୃତ ଦୁଇ ମହିଳା କେ କେ ବି ଏନ ଡିଭିଜନ ର କ୍ୟାଡର ମାଓବାଦୀ । ଜଣେ ଛତିଶଗଡ଼ ଅଞ୍ଚଳ ର କମଳା ବୋଲି ଜଣାପଡିଛି। ମାଓଗଡ ଭାଙ୍ଗିବା ପାଇଁ ପୋଲିସ କମ୍ବିଂ ଅପରେସନ ଜୋରଦାର କରିଛି। କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ମାତାକୁମ୍ପା ସରଂକ୍ଷିତ ଜଙ୍ଗଲରେ ଦୁଇ ଦିନ ଧରି ଏସ ଓ ଜି ଓ ଡି ଭି ଏଫ ଯବାନ କମ୍ବିଂ ଅପରେସନ ଜାରି ରଖିଥିଲେ। କମ୍ବିଂ ବେଳ ୬ ତାରିଖ ଦିନ ୧୦ ଟା ସମୟରେ ସେହି ଜଙ୍ଗଲ ନିକଟ ତଡିକଲା ଗ୍ରାମ ନିକଟରେ ଥିବା ମାଓବାଦୀ ମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୋଲିସ ସେମାନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ କହିଥିଲେ । ମାଓବାଦୀ ମାନେ ପୋଲିସ କଥା ନଶୁଣି ପୁଣି ପୋଲିସ ଉପରକୁ ଗୁଳି ଚଳାଇଥିଲେ ପୋଲିସ ନିଜ ବଞ୍ଚାଇବା କୁ ଯାଇ ମାଓବାଦୀ ଉପରକୁ ପାଲଟା ଗୁଳି ଚଳାଇଥିଲା। ଉଭୟ ଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହୋଇଥିଲା । ଶେଷରେ ପୋଲିସ ର ଗୁଳି ଚାଳନା କୁ ମାଓବାଦୀ ସମକକ୍ଷ ନହୋଇ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଏହାପରେ ସେହି ସ୍ଥାାନରେ ସର୍ଚ୍ଚ କରିବାରୁ ଦୁଇ ମହିଳା ମାଓବାଦୀ ଙ୍କର ମୁତ ଦେହ ଓ ମାଓ କ୍ୟାମ୍ପ ରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଥିଲେ ।ପୋଲିସ ଗୁଳି ରେ କିଛି ମାଓବାଦୀ ଆହତ ହୋଇଥିବା ଆଇ ଜି ଅପରେସନ ଅମିତାଭ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଡିସନାଲ ଡ଼ାଇରେକ୍ଟର ରିତବିକ ରୁଦ୍ର, ଇଣ୍ଟିଲିଯେନ୍ସ ଡ଼ାଇରେକ୍ଟର ସଞ୍ଜିବ ପଣ୍ଡା ,ଭିତଲ କୁମାର ଆଡ଼ିସନାଲ ଡିଜି ସିଆର ପିଏଫ ଅନିରୁଦ୍ଧ ସିଂ, ଡି ଆଇ ଜି ଏସ କେ ମହାନ୍ତି, ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲ,ବାଲିଗୁଡା ଏସ ଡି ପିଓ ଜି. ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

କବିତା – ଉତ୍କଳ ଦିବସ

Sunil Chandra Nayak

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!