ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ କୋମନା ବନ ବିଭାଗ ଫରେଷ୍ଟର

 ଭିଜିଲାନସ ଜାଲରେ କୋମନା ବନ ବିଭାଗର ଫରେଷ୍ଟର ଘନଶ୍ୟାମ ଶବର । ଭିଜିଲାନ୍ସ ବିଭାଗ ଚଢାଉ କରି ତାଙ୍କଠାରୁ ନଗଦ ୧୩ ଲକ୍ଷ୍ୟ ୮୫ ଜବତ କରିଛି । ଆଜି ସନ୍ଧ୍ୟାରେ ଘନଶ୍ୟାମ ଶବର କୋମନାରୁ ଏକ ବାଇକ ଯୋଗେ ୩୫୩ ଜାତୀୟ ରାଜପଥ ଦେଇ ଖଡିଆଳ ଅଭିମୁଖେ ଆସୁଥିବା ବେଳେ ନୂଆପଡା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରି ୫ ଲକ୍ଷ୍ୟ ୫ ହଜାର ଟଙ୍କା ଜବତ କରିଛି । ପରେ କୋମନା ବନ ବିଭାଗ ଅଫିସ ସ୍ଥିତ ଡ୍ରୟରରୁ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରେ ଚଢ଼ାଉ କରି ୮ ଲକ୍ଷ୍ୟ ଟଙ୍କା ସର୍ବମୋଟରେ ୧୩ ଲକ୍ଷ୍ୟ ୮୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ତେବେ ଏତେ ପରିମାଣର ଟଙ୍କା ଫରେଷ୍ଟର ଘନଶ୍ୟାମଙ୍କ ନିକଟରେ କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପଚରା ଉଚୁରା ଜାରି ରଖିଛି। ଏପରିକି ଫରେଷ୍ଟର ଘନଶ୍ୟାମଙ୍କ ପୈତୃକ ଗାଁ ବରଗାଁରେଥିବା ଘର ଓ ଖଡିଆଳ ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ସ୍ଵପ୍ନ ର ନାୟକ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!