ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ମାଣବସା ଗୁରୁବାର

ମାଣବସା ଗୁରୁବାର

ବରଷକ ମାସ ମଧ୍ୟେ ମାର୍ଗଶୀର ସାର
ତନ୍ମଧ୍ୟରେ ପଡେ ଯେଉଁ ମାସ ଗରୁବାର।
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟେ ସେହି ଦିନ
ଶେଷ ଗରୁବାରେ ଏ ମାଣବସା ପାଳନ॥
ଆଗଦିନୁ ଗୋମୟରେ ଧୋଇ ଘରଦ୍ବାର
ଝୋଟିଚିତା ଆଙ୍କି ଦେବ ଚାଉଳ ଚୂନାର।
ଲକ୍ଷ୍ମୀପାଦ ପଦ୍ମଚିତା ଯତନରେ କରି
ସଜାଇବ ଅଗଣାକୁ ମନେ ଭକ୍ତି ଭରି॥
ଶୁଦ୍ଧସ୍ନାନ ପରେ ନାରୀ ପିନ୍ଧି ଶୁକ୍ଳ ଲୁଗା
ଗେଣ୍ତୁ ପଦ୍ମଫୁଲ ଥୋଇ ସଜାଇବ ଜାଗା।
ଦେବୀଙ୍କ ଆସ୍ଥାନଟିକୁ ଶୁଦ୍ଧପୁତ କରି
ନାନାଦି ଚିତ୍ରିତ ମାଣେ ଧାନ ଦେବ ଭରି॥
ଶୁକ୍ଳ ନୂଆଧାନ ସଙ୍ଗେ ଧାନବେଣ୍ଟି ଏକ
ଦେବୀଙ୍କୁ ଥାପିଣ ସେଠି ଲଗାଇବ ଧୂପ।
ଶଙ୍ଖ ହୁଳହୁଳି ସଙ୍ଗେ ଝୁଣା ନୈବେଦ୍ଯ 
ଛେନା ଗୁଡ କଦଳୀରେ କରିବ ଆରାଧ୍ୟ॥
ଚାଉଳ ଚୂନାରେ ଦଶଗୋଟି ମଣ୍ତା କରି
ଦଶପୁର ଦେଇ ତାକୁ ତିଆରିବ ଭରି।
ଭାତଶାଗ ତରକାରୀ ବରକୋଳି ଦୁବ
ପୋଡପିଠା ଖଣ୍ତେନେଇ ଭୋଗ ପରଶିବ॥
ଲକ୍ଷ୍ମୀଙ୍କର ପ୍ରିୟ ଅଟେ ଆଉ ଏକ ବ୍ରତ
ସୁଦଶାବତ୍ର ନାମରେ ସଂସାରେ ପାଳିତ।
ଶୁକଳ ଦଶମୀ ଦିନ ଯେଉଁ ଗୁରୁବାର
ବିଧି ବିଧାନରେ ପୂଜା ହୁଅଇ ତାହାର॥
ଶୁଦ୍ଧଚିତ୍ତ ହୋଇ ଯିଏ କରେ ପୂଜା ବିଧି
ସର୍ବରିଷ୍ଟ ଖଣ୍ତହୋଇ କାର୍ଯ୍ୟ ହୁଏ ସିଦ୍ଧି।
ଧନଜନ ଗୋପଲକ୍ଷ୍ମୀ ହୋଇ ପୁତ୍ରବତୀ
ମହାମାୟୀ ଅଚିତ୍ତରେ ଦେଇଥାନ୍ତି ଯାଚି।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

Related posts

ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଅଧ୍ଯକ୍ଷ ଭାବରେ ଦୟାନିଧି ମାଝୀ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!