ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ଆଜି ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ କମିଟି ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟି, ମା ଭଣ୍ଡାର ଘରଣୀ ଙ୍କ କଳସ ଯାତ୍ରା କମିଟି ଓ ଘୁମୁରା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମଞ୍ଚ ସଞ୍ଚାଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କମିଟିର ସହ ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ରାଜେନ୍ଦ୍ର ମୁନି, ଲିଙ୍ଗରାଜ ବେହେରା, ଘନଶ୍ୟାମ ମେହେର,ମାଧବ ଲହଜଲ, ମାନସ ମୁଣ୍ଡ, ପ୍ରଶାନ୍ତ ପଣ୍ଡା, ଘୁମୁରା କମିଟିର କମିଟି ର ଅଧ୍ୟକ୍ଷ ରମଣୀ ରଞ୍ଜନ ଜାଲ, କଳସ ଯାତ୍ରା କମିଟି ର ଅଧ୍ୟକ୍ଷ ଅଜୟ କୁମାର ନାଏକ, ପ୍ରଚାର ଓ ପ୍ରସାର କମିଟି ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ସୌମ୍ୟ ରଞ୍ଜନ ନାଏକ, କ୍ରିଷ୍ଣା ଦାସ ସୁନାନୀ, ପ୍ରଣାମ କଳାହାଣ୍ଡି ର ଅଧ୍ୟକ୍ଷ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ସଂପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନାଗରିକ ବିକାଶ ସଂଗଠନର ବୈଠକ

Sunil Chandra Nayak

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

Sunil Chandra Nayak

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା ପାଇଁ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!