ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଖେଳ ପଡ଼ିଆରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ “ଉତ୍ସାହ-୨୦୨୨” । ଏଥିରେ କଳାହାଣ୍ଡି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକର ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଉଦଘାଟନ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ମୁଖ୍ୟ ଅତିଥି ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ “ଉତ୍ସାହ-୨୦୨୨” କୁ ଉଦଘାଟନ କରିଥିଲେ। ଉଭୟ ବାଳକ ଓ ବାଳିକା ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଚେସ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅନ୍ତେବାସୀ ମାନେ ରାଜ୍ୟ ସ୍ତରୀୟ “ଉତ୍ସାହ-୨୦୨୨” ରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଲ ଗୋପାଳ ସେବା ନିକେତନ ର ସମ୍ପାଦକ ହେମନ୍ତ ମୁଣ୍ଡ ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପିଓଆସି ଅଂଶୁମାନ ବାବୁ, ପିଓ ଏନଆଇସି ରାଜଲକ୍ଷ୍ମୀ ଦାଶ, ଏଲପିଓ ସୁଧାଂଶୁ ମହାପାତ୍ର, ଅବିନାଶ ତ୍ରିପାଠୀ, ଜୟଶ୍ରୀ ପାଣି, ପ୍ରତୀକ ପଟ୍ଟନାଏକ, ଶୁଭାଶିଷ ପାଣିଗ୍ରାହୀ ପ୍ରମୁଖ “ଉତ୍ସାହ-୨୦୨୨”କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
next post