ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍ସାହ ୨୦୨୨ ଅୟୋଜିତ

ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଖେଳ ପଡ଼ିଆରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ “ଉତ୍ସାହ-୨୦୨୨” । ଏଥିରେ କଳାହାଣ୍ଡି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକର ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଉଦଘାଟନ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ମୁଖ୍ୟ ଅତିଥି ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ “ଉତ୍ସାହ-୨୦୨୨” କୁ ଉଦଘାଟନ କରିଥିଲେ। ଉଭୟ ବାଳକ ଓ ବାଳିକା ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଚେସ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅନ୍ତେବାସୀ ମାନେ ରାଜ୍ୟ ସ୍ତରୀୟ “ଉତ୍ସାହ-୨୦୨୨” ରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଲ ଗୋପାଳ ସେବା ନିକେତନ ର ସମ୍ପାଦକ ହେମନ୍ତ ମୁଣ୍ଡ ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପିଓଆସି ଅଂଶୁମାନ ବାବୁ, ପିଓ ଏନଆଇସି ରାଜଲକ୍ଷ୍ମୀ ଦାଶ, ଏଲପିଓ ସୁଧାଂଶୁ ମହାପାତ୍ର, ଅବିନାଶ ତ୍ରିପାଠୀ, ଜୟଶ୍ରୀ ପାଣି, ପ୍ରତୀକ ପଟ୍ଟନାଏକ, ଶୁଭାଶିଷ ପାଣିଗ୍ରାହୀ ପ୍ରମୁଖ “ଉତ୍ସାହ-୨୦୨୨”କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥା

Sunil Chandra Nayak

Leave a Comment

error: Content is protected !!