ବରଷା
ତୁମର ପହିଲି ପରଶ
ଯେବେ ମୋ ହୃଦୟକୁ ଛୁଇଁଲା
ମାଟିକୁ କରି ଶୀତଳ
ଅନାବନା ଧୁବଘାସ,
କିଆରୀ ବନର ଲାଜକୁଳୀ ଲତା,
ହିଡବାଡି ର ବୃକ୍ଷଲତା
ଆଉ ଶୀତଳ ପବନରେ
ନଦୀର ବାଲିପଟା,
ହାତ ଧରାଧରି ଜମିରେ
ଓଦା ଚକଟା ମାଟି,
ଆଶ୍ୱସ୍ତି ଅନୁଭବ କଲା ।
ତୁମ ପହିଲି ଛୁଆଁରେ
ଝିପିଝିପି ବରଷା ପାଣି
ଘୁଡୁଘୁଡ଼ି, ଚୁଡୁଚୁଡ଼ି
ବିଜୁଳି ଚମକ,
ଭସା ମେଘର ସୁନ୍ଦରତା,
ମୋ ମନ ତନୁକୁ ଶିହରଣ କଲା ।
ତୁମ ପ୍ରେମରସରେ
ମୋ ପ୍ରକୃତି କୁଳରେ
ବୀଜ ଅଙ୍କୃରିତ ହୋଇ
ଶସ୍ୟ ସମ୍ପଦ ମଞ୍ଚପୁର ହେଲା ।
ତୁମରି ଆଗମନେ ତୁମ ସହ କାଟିଥିବା
ତୁମର ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ
ମୋ ହୃଦୟର ନିବୃତ୍ତ କୋଣରେ
ସ୍ମୁତି ହୋଇ ରହିଗଲା ।