ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଓଡ଼ିଆ କବି, ଗାରିମା ଛବି 

ଓଡ଼ିଆ କବି, ଗାରିମା ଛବି 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ଆମେରେ ଓଡ଼ିଆ, ଆମେରେ ବଢିଆ 

ଓଡିଶା ଆମର ଘର, 

ମନେ ମନେ ଭାବି, କେତେ କେତେ କବି, 

ଦେଲେ କୃତୀ, କିର୍ତ୍ତୀ ବର ll

ଆମେ ଭାଗ୍ୟବାନ, ଆମେ ତ ମହାନ 

ଅମର କୀରତି କଲେ, 

ବାଣୀସେବା କରି, ଅମର ସେ ମରି 

ପୂଜ୍ୟପୂଜା ନିତି ହେଲେ ll

ଶାରଦା ବରଦା, କୃପାମୟୀ ସଦା 

କଲ୍ୟାଣ କାରିଣୀ ହୋଇ, 

ସାହିତ୍ୟ, ସଂସ୍କୃତି, ଗଢ଼ି ସେ କୀରତି 

ସୁନାମକୁ ଦେଲେ ଥୋଇ ll

ଗୋପାଳ କୃଷ୍ଣଙ୍କ, ମହିମା ମହକ 

ପାରଳା ମାଟିରୁ ଭାସେ, 

ଭକତି ଭାବନା, ନାମ କୃଷ୍ଣ, କାହ୍ନl

ଲୀଳାମୃତ ଚିତ୍ତ ତୋଷେ ll

କବିରେ ସମ୍ରାଟ, ଉପେଇନ୍ଦ୍ର ଭଞ୍ଜ 

ପ୍ରତିଭା ମହକ ଦେଖ, 

ବଳଦେବ ରଥ, କବିସୂର୍ଯ୍ୟ ସେତ 

ଓଡ଼ିଆ ଜାତିର ଟେକ ll

ପଞ୍ଚସଖା ମେଳି, ଗାରିମାର ଝଳି 

ଜଗନ୍ନାଥ ଗୁଣ ଗାଇ, 

କେତେ ଯେ ଲେଖିଲେ, ବିଜ୍ଞତାର ତୁଲେ 

ଅମୁଲ ମୂଳକ ସେହି ll

ସାମନ୍ତ ସିଂହାର, ରାଧାନାଥ ଗୀର 

ଯଦୁମଣି, ଗୋପବନ୍ଧୁ, 

ଗୋଦାବରୀ ମିଶ୍ର,ମହାପାତ୍ର ଯଶ 

କବିତା ଜ୍ଞାନର ସିନ୍ଧୁ ll

ଶାରଳା, କୁନ୍ତଳା, ମଧୁବାବୁ ପରା 

କେତେଯେ ଭଣତି କଲେ,  

ଅମର ଲେଖନୀ, ଅବଦାନ ପୁଣି 

ଚିରଞ୍ଜିବି ହୋଇଗଲେ ll

ଭାଗବତ ବହି, ମହା ଭାରତହିଁ  

ରାମାୟଣ ଗ୍ରନ୍ଥ ଦେଖ, 

ଓଡ଼ିଆ ପୁଅର, କିରତୀ ଅପାର 

ପ୍ରଶଂସା କରିବ ମୁଖ ll

ସନ୍ଥ ଭୀମଭୋଇ, ଉଦାରତା ବହି 

ମହିମା ଧରମ ନେଇ, 

କବିତା ସନ୍ଦେଶ, ଅମୃତ ପରସ 

କାନେ କାନେ ଦେଲେ କହି ll

ବାବୁ ମାୟାଧର, ଗୋପୀନାଥ ସ୍ୱର 

ବାଣୀ ଭଣ୍ଡାରରେ ଶୁଭେ, 

ଯଶର କେତନ, ଉଡେ ଘନଘନ 

ଦେଶ ବିଦେଶରେ ଏଵେ ll

କବି ଗଙ୍ଗାଧର, ରଙ୍ଗାଜୀବ ସ୍ୱର 

ତପସ୍ୱିନୀ, କିଚକ ବଦ୍ଧ 

କାବ୍ୟର ଆକାଶେ, ଜ୍ୟୋତିକୁ ପରସେ 

ସତେ ସରି ପୂର୍ଣ୍ଣ ଚାନ୍ଦ ll

ବ୍ରଜନାଥ ଜେନା, ନୀଳକଣ୍ଠ ନନା 

କଲମ, କାଳିକୁ ଧରି 

ଓଡ଼ିଆ ପୁଅର, ଜ୍ଞାନ ସରୋବରେ 

ସତେ କମଳିନୀ ସରି ll

ଆମେରେ ଓଡ଼ିଆ, ଆମେରେ ବଢ଼ିଆ

ଆମେ ଭାଗ୍ୟବାନ ପିଲା, 

ମହତ ଗାରିମା, ଓଡ଼ିଆ ମହିମା 

ଦେଶ ବିଦେଶ ଛୁଇଁଲା ll

ଜୟ କୁମାର ମିଶ୍ର

ଗ୍ରାମ -ବୁଦୁରା , ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,

ଜିଲ୍ଲା-ଗଜପତି , ଓଡିଶା,, 761206

 

Related posts

ଅର୍ଥ ସାଜିଛି ବାଧକ,ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ ଟିଟୁନୁ

Sunil Chandra Nayak

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!