ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନାଞ୍ଚଳରେ ମହୁଲର ମହକ

ଶୋଷଣର ଶିକାର ବନବାସୀ,

ମିଲୁନି ଉପଯୁକ୍ତ ମୂଲ୍ୟ

  ଭବାନୀ ପାଟଣା -:  କଳାହାଣ୍ଡି ଜିଲ୍ଲା ରେ ଚଳିତ ବର୍ଷ ମହୁଲ ଫୁଲ ପର୍ଯ୍ୟାପ୍ତ ପରିମାଣରେ ହୋଇଛି। ବନାଞ୍ଚଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କ ରେ ମତୁଆଲା କରୁଛି ମହୁଲ ଫୁଲର ବାସ୍ନା। ବନବାସୀ ମାନଙ୍କ ଏକ ଆୟର ଉତ୍ସ ଭାବେ ଜଣାଶୁଣା ଏହି ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଛୋଟ ଛୁଆ ଠାରୁ ବୟସ୍କ ବ୍ୟକ୍ତି ବହୁ ପରିଶ୍ରମ କରିବାକୁ ପଡୁଥିଲେ ହେଁ ଶ୍ରମ ଅନୁଯାୟୀ ପ୍ରାପ୍ୟ ମିଳିପାରୁ ନାହିଁ। ବଜାର ବ୍ୟବସ୍ଥା ଅଭାବରୁ ଲୋକେ ଅତି ନିମ୍ନ୍ ଦରରେ ଦଲାଲ ଓ ମଦ ଭାଟି ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଧନସୁଲି, ଶାସ୍ତୁଗୁଡା, ମଙ୍ଗଳପୁର, ହୀରାପୁର, ଭାଲୁଜୋର୍, ନଳାଚୁଆଁ, ଭାଟିପାସ, ବଡକର୍ଲାକୋଟ, ପାବଲି, ଲାଖବାହାଲି, ସର୍ଗୀଗୁଡା,ଚାଚିଗୁଡା, ଅଏଁଳାଭଟା, ପଲସ, କୁକୁଡ଼ି, ବଡ ପୁଝାରୀଗୁଡ଼ା, ପାଇକକେନ୍ଦୁମୁଣ୍ଡି, ମୁଖିଗୁଡ଼ା, କଲମପୁର ବ୍ଲକର ହାରାମାଲ, ଚୁରାଗାଁ, ବନ୍ଦକନା, ପାଯେନ,ସମେତ ବିଭିନ୍ନ ଗ୍ରାମ ସମଗ୍ର ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ବ୍ଳକ ର ତ୍ରିଲୋଚନ ପୁର, ଫୁଲଡୁମେର, ଆମଗୁଡା, ତାଡିଝୁଲା ଆଦି ଗ୍ରାମ, ନର୍ଲା ର କମର୍ଦ୍ଧା, ଧଅଁରାମାଲ, ପାଙ୍ଗା, ବାରବନ୍ଦା, କନକପୁର, ତୁଳାପଡା, ବାଲିପଡା, ମଦନପୁର ରାମପୁର ବ୍ଳକର ଢେକୁନକୁପା, ଉର୍ଲାଦାନୀ, କର୍ଲାଖୁଟା, କାର୍ଲାମୁଣ୍ଡା, ମୋହନ ଗିରି, ର ଅଧିକାଂଶ ଅଞ୍ଚଳ, କୋକସରା ର ଆମପାଣି, ବେହେରା, ଦଣ୍ଡପାଟ ଅଞ୍ଚଳ ସମେତ ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା, ଭବାନୀପାଟଣା ସଦର ର କିଛି ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣରେ ମହୁଲ ଫୁଲ ଦେଖିବାକୁ ମିଳିଛି। ପରିବାରର ଆବାଳ ବୃଦ୍ଧ ବନିତା ମହୁଲ ସଂଗ୍ରହ କରି ୫/୬ ଦିନ ଖରାରେ ଶୁଖାଇ ବିକ୍ରି ଯୋଗ୍ୟ କରିଥାନ୍ତି। ସଂଗ୍ରହ ଠାରୁ ଆରମ୍ଭ କରି ବିକ୍ରି ଯୋଗ୍ୟ କରିବା ପାଇଁ ସେମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡୁଛି କିନ୍ତୁ ଉପଯୁକ୍ତ ବଜାର ଅଭାବ ଓ ସରକାରୀ ନୀତି ନିୟମ, ଲଘୁ ବନଜାତ ଆଇନ ଜାଲ କୁ ଭେଦ କରିବା ବନବାସୀ ମାନଙ୍କ ପାଇଁ ଦୁରୁହ ବ୍ୟାପାର ହୋଇଛି। ଅନେକ କ୍ଷେତ୍ରରେ ସଂଗୃହୀତ ମହୁଲ କୁ ସଂରକ୍ଷଣ କରି ରଖିବା ସମୟରେ ବିଭିନ୍ନ ଅଧିକାରୀ ଙ୍କ କୁ ଦୃଷ୍ଟି ନୀରିହ ଲୋକଙ୍କୁ ଅସୁବିଧା ରେ ପକାଇ ଥାଏ। ବର୍ତ୍ତମାନ ବଜାର ଅଭାବ ରୁ ଦଲାଲ ମାନେ କମ ଦରରେ ମହୁଲ କିଣି ବେଶ୍ ଲାଭବାନ ହେଉଛନ୍ତି। ଦେଶୀ ମଦ ଭାଟି ର ମହୁଲ କ୍ରୟ ଅବସ୍ଥା ମଧ୍ୟ ତଦ୍ରୁପ। ନୀରିହ ମହୁଲ ସଂଗ୍ରହକାରୀ ଙ୍କୁ ଶୋଷଣ ମୁକ୍ତ କରି ମହୁଲ ର ଉପଯୁକ୍ତ ବଜାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ।

Related posts

ପାଣି ପଞ୍ଚାୟତ କମିଟି ଗଠନ

Sunil Chandra Nayak

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ସମାନ କାମ କୁ ସମାନ ଦରମା ପାଇବା ଦାବୀରେ ଜିଲ୍ଲା ମେହେନ୍ତର ସଂଘ ର ପ୍ରତିବାଦ

Leave a Comment

error: Content is protected !!