ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକପଡା ରେ ନଲକୂପ ଅଚଳ, ଲୋକେ ବ୍ୟାକୁଳ

ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲରକା ପଞ୍ଚାୟତ କାମପୁର ଗ୍ରାମ କନକପଡା ରେ ନଲକୂପ ଅଚଳ ହୋଇ ଥିବାରୁ ଲୋକେ ନାହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଉକ୍ତ ନଲକୂପ ଟି ବହୁଦିନ ହେଲା ଅଚଳ ହୋଇ ପଡି ରହିଛି। ଏହି ନଲକୂପ ଉପରେ ପଡାବାସି ବହୁ ନିର୍ଭର କରନ୍ତି। ନଲକୂପ ଅଚଳ ନେଇ ସ୍ଥାନୀୟ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର କହିବା ସତ୍ତ୍ବେ କିଛି ସୁଫଳ ମିଲୁନଥିବା ପଡାବାସି ପ୍ରକାଶ କରୁଛନ୍ତି। ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ପ୍ରଚଣ୍ଡ ଖରା ଅନୁଭୁତି ହେଲାଣି। ଅଂଶୁଘାତ ରୋକିବା ପାଇଁ ରାଜ୍ଯ ସରକାର ଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁ ନଲକୂପ ଟି ଅଚଳ ହୋଇ ପଡି ରହିଛି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସ୍ୱାର୍ଥ ଦୁର୍ଷ୍ଟି ରୁ ତୁରନ୍ତ ନଲକୂପ କୁ ମରାମତି କରିବା ପାଇଁ କନକପଡା ବାସି ଦାବି କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାବା ସାହେବ ଆମ୍ବଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!