ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହୃଦୟର ଜଣାଣ

ହୃଦୟର ଜଣାଣ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ତୁଳସୀ କି କଲା ସୌଭାଗ୍ୟ ପାଇଲା 
ମଥାରେ ତାକୁ ରଖିଲ
ଲକ୍ଷ୍ମୀ ସାଆନ୍ତାଣୀ ତୁମ ପାଟରାଣୀ
ସମ ସମତୁଲ କଲ 
ତୁଳସୀକୁ ପୂଜା କରି,
ତୁମକୁ ପାଇବି ସାର୍ଥକ ହୋଇବି
ବୋଲି ଆଶା ହେ ମୁରାରି……(୧)
ରୀତି ନୀତି କାନ୍ତି ନ ଜାଣେ ଏ ମତି
ଜାଣେ ଏକା ତୁମ ନାମ
ଜନମ ମରଣ ସବୁର କାରଣ 
ତୁମେ ହିଁ ତୁମେ ସକ୍ଷମ
ଅକ୍ଷମରେ ଗଣା ମୁହିଁ,
କ୍ଷମାର ସାଗର ନ କରିବ ପର
ତୁମେ ହେ ଜଗତ ସାଇଁ………(୨)
ଇଚ୍ଛାରେ ତୁମର ଏ ଜୀବନ ମୋର
ଚଳାଉଛ ଇଛାମୟ
ଇଚ୍ଛାକୁ ପୂରଣ କରି ଆର୍ତ୍ତତ୍ରାଣ
ରଖିବ ନୋହି ନିର୍ଦ୍ଦୟ
ତୁଳସୀର ମହିମାକୁ,
ନିତି ଗାଉଥିବି ସେବା କରୁଥିବି
ତୁମକୁ ହେ ପାଇବାକୁ…….(୩)

ଫୁଲବାଣୀ, କନ୍ଧମାଳ

Related posts

କେନ୍ଧୁବନ୍ଧ ନିଲାମ ନ କରି ଏ ବର୍ଷ କାମ ହେବ ତ? ପଡାବାଶି ଙ୍କ ପ୍ରଶ୍ନ

ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

Leave a Comment

error: Content is protected !!