ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ  ପକ୍ଷରୁ ଦାବିପତ୍ର

ନୂଆପଡା/ , ଖଡ଼ିଆଳ ଡିଭିଜନ ପକ୍ଷରୁ ମଙ୍ଗଳବାର ଦିନ  କେନ୍ଦୁପତ୍ର ଡି.ଏଫ.ଓ.  ପ୍ରତାପ ବେହେରା  ଙ୍କୁ ବୋଡେ଼ନ ଅଂଚଳର କେନ୍ଦୁପତ୍ର ତୋଳାଳୀ ,ଗୋଛା କଟାଳି ମାନେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ସମ୍ପାଦକ  ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସାକ୍ଷାତ ଆଲୋଚନା କରି ନୂତନ ଫଡ଼ିଘର ଦାବୀ କରିଥିଲେ। କୋଟଗାଁ ଫଡ଼ି ଅଞ୍ଚଳରେ ଅନେକ କେନ୍ଦୁପତ୍ର ଗୋଛା ଥିଲେ ମଧ୍ୟ ସବୁ କଟା ଯାଉ ନାହିଁ। ପ୍ରଥମ ଦୁଇ ତିନି ଖର୍ଦ୍ଦି ରେ ଫଡ଼ିଘର ଭର୍ତ୍ତି ହୋଇଗଲେ ମୈଦାନ ରେ ଭଲ ପତ୍ର ଆସୁଥିଲେ ମଧ୍ୟ ବନ୍ଦ କରିଦିଆଯାଉଛି ବୋଲି ତୋଳାଳୀ ମାନେ ଅଭିଯୋଗ କରିଥିଲେ।କୋଟଗାଁ ଫଡ଼ି କୁ ଭାଗ କରି ସୁନାମୁଦି ଗାଁ ରେ ଆଉ ଏକ ନୂଆ ଫଡ଼ି ଘର ପାଇଁ ଗ୍ରାମବାସୀ ଦାବୀ କରିଥିଲେ।ସୁନାମୁଦି ଗ୍ରାମରୁ କୋଟଗାଁ ଫଡ଼ି ସାଢ଼େ ତିନି କିଲୋମିଟର ଦୂରତା ହେତୁ ତୋଳାଳୀ ମାନ ଙ୍କୁ ଅସୁବିଧା ହେଉଛି।ସୁନାମୁଦି ଗାଁ ରେ ଫଡ଼ି ଘର ହେଲେ କେନ୍ଦୁପତ୍ର ସଂଗ୍ରହ ବଢିବା ସହିତ ଲାଭ ବଢିବ ଓ ତୋଳାଳୀ ମନେ ସିଧା ସଳଖ ଉପକୃତ ହେବୁ ବୋଲି ଡି ଏଫ ଓ ଙ୍କୁ ଜଣେଇ ଥିଲେ।ଡିଭିଜନ ସମ୍ପାଦକ  ଯଦୁମଣି ପାଣିଗ୍ରାହୀ ସାରା ଜିଲ୍ଲାରେ ଯେଉଁଠି ବି କେନ୍ଦୁପତ୍ର  ଉତ୍ତମ ଉତ୍ପାଦନ ର ସମ୍ଭାବନା ଅଛି ସିଜନ ର ବହୁତ ପୂର୍ବରୁ ସର୍ଭେ କରି ନୂଆଫଡ଼ି ଘର ସ୍ଥାପନ ପାଇଁ ଦାବୀ କରିଥିଲେ।ନୂଆପଡା ,ତରବୋଡ଼,ବୋଡେ଼ନ ର ପାଟଦରହା,ଅଂଚଳ ସିନାପାଲି ର ନଙ୍ଗଲବୋଡ଼ ଅଂଚଳ ରେ ଅନେକ ଫଡ଼ି ଘର ଖୋଲାଯାଇପାରିବ ଓ ଡିଭିଜନ ର ହ୍ରାସ ପାଉଥିବା ଉତ୍ପାଦନ କୁ ବଢ଼େଇବା ସହିତ ତୋଳାଳୀ ଙ୍କୁ ଉପକୃତ କରାଯାଇପାରିବ ବୋଲି ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି। ଏହି  ସାକ୍ଷାତ ଆଲୋଚନା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ରୁଦ୍ର ନାଗ ,ମନମୋହନ ମାଝୀ ,ଲଦୁଆ ମାଝୀ , ଗୁଣସାଗର ଧରୁଆ ,କୁମର ଜଗତ ,ଶ୍ରମତୀ କ୍ଷୀରମଣି ମାଝି ,ଶ୍ରୀମତୀ ସୁମତି ମାଝି ପ୍ରମୁଖ ସାମିଲ ହୋଇଥିଲେ। ଡିଏଫଓ  ଗ୍ରାମକୁ ଯାଇ ଅନୁସନ୍ଧାନ କରିବୁ, ଯଦି ଯଥେଷ୍ଟ ଉତ୍ପାଦନ  ସମ୍ଭାବନା ଥାଏ,ତେବେ ନୂତନ ଫଡ଼ି ଘର ନିଶ୍ଚୟ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

 

          

Related posts

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

Sunil Chandra Nayak

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

Leave a Comment

error: Content is protected !!