ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା/ ରାଉରକେଲା ଜିଲ୍ଲା ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀ ମାନସ ସ୍ବାଇଁଙ୍କୁ ସେକ୍ଟର ୧୫ ଥାନାକୁ ବଦଳି କରାଯାଇଛି। ଏହି ଅବସରରେ ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ନିରାଡମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଆମପୁଲିସ ଡଃ ସୁମନ ଦତ୍ତଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଆମପୁଲିସ ତରଫରୁ ଶ୍ରୀ ସ୍ବାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ଅମଳରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଆଇନଶୃଙ୍ଖଳା ସଂପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ବେହେରା କହିଲେ ଯେ ଶ୍ରୀ ସ୍ବାଇଁ ଙ୍କ କର୍ମଦକ୍ଷତା ତାଙ୍କ କଳାନିପୁଣତା ଅଂଚଳରେ ଶାନ୍ତି ଶୃଙ୍ଖଳାରୁ ପ୍ରତୀୟମାନ ହେଉଛି। ଆଗାମୀ ଦିନରେ ଆମପୁଲିସ ଏହିଭଳି ସହଯୋଗ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନିହାର ଦାସ,ଗଣେଶ ଜୟସିଂହ, ସୁବାସ ଗୁପ୍ତା ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ଚନ୍ଦ୍ରକାନ୍ତ ସାହୁ,ସଂଜୟ ରଜାକ, ମନୋଜ ନାୟକ,ପ୍ରଦୀପ ସେନାପତି, ଗାବିଏଲ ବରୁଆ, ଶଙ୍କର ଜେନା, ବିଦ୍ୟାଧର ଜେନା ଓ ଥାନ ପକ୍ଷରୁ ଏସଆଇ ରଂଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲା ବେଳେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କ ସହଯୋଗ ଓ ଭଲପାଇବା ପାଇଁ ଶ୍ରୀ ସ୍ବାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

Sunil Chandra Nayak

ଢେଙ୍କାନାଳ ରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ୨୦୨୨

Sunil Chandra Nayak

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!