ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ରେ ମିଶନ ଶକ୍ତି ଋଣ ମେଳା: ଯୋଗ ଦେଲେ ଜିଲ୍ଲାପାଳ 

ନର୍ଲା -( ମ ନି ସ )- ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଅନେକ ପ୍ରକାର ସହାୟତା ଯୋଗାଇ ଆସୁଥିବା ବେଳେ ଏହି କ୍ରମରେ ମିଶନ ଶକ୍ତି ମାଧ୍ୟ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇ ଋଣ ପ୍ରଦାନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଯୋଗଦେଇଥିବା ବେଳେ ବ୍ଲକ ଅଧକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଓ ଉପାଧକ୍ଷା ଦୁର୍ଗା ପ୍ରସାଦ ମହାନ୍ତି ,ଗୋଷ୍ଠୀ ଉନ୍ନୟନ ଅଧିକାରୀରିଣୀ ଶ୍ରୀମତୀ ବାସନ୍ତୀ ସେଠୀ,ସିଡିପିଓ ଶ୍ରୀମତୀ ନିର୍ବାଶିନି ବିଶ୍ଵାଳ,ପ୍ରମୁଖ ମଞ୍ଚାସିନ ରହି ଏହି ଋଣ ମେଳା ରେ ନର୍ଲା ବ୍ଲକ ର ଦୁଇଶହ ଷୋହଳ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଆତ୍ମ ନିର୍ଭରଶୀଳ ପାଇଁ ଏଗାର ଗୋଟି ବ୍ୟାଙ୍କ୍ ଜରିଆରେ ପାଞ୍ଚ କୋଟି ଏକଷଠି ଲକ୍ଷ ଟଙ୍କାର ଋଣ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ଏହି ଅବସରରେ ସମସ୍ତ ବ୍ୟାଙ୍କ୍ ମ୍ୟାନେଜର ଓ ଫିଲ୍ଡ ଅଫିସର ମାନେ ଯୋଗ ଦେଇ ଉପସ୍ଥିତ ମହିଳା ଗୋଷ୍ଠୀ ମାନଙ୍କୁ ଋଣ ର ସଠିକ୍ ବିନିଯୋଗ କରି ସ୍ବାବଲମ୍ବୀ ହେବା ଦିଗରେ ପରାମର୍ଶ ଦେଇଥିଲେ ପରେ ପରେ ବ୍ଲକ ପ୍ରଶାସନ ପକ୍ଷରୁ ଉପସ୍ଥିତ ଶତାଧିକ ମହିଳା ସଂଗଠନ ଓ ଜନ ପ୍ରତିନିଧି ମାନଙ୍କୁ 5T ସହ କଳାହାଣ୍ଡି ର ଅଧିଷ୍ଠା ଦେବୀ ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ରେ ନିରୀହ ପଶୁବଳି ଉପରେ ସଚେତନ କରିବା ସହ ମାଁ ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରାଯାଇଥିଲା ଏହି ମେଳାରେ ଗ୍ରାମ ପଞ୍ଚାୟତ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ ଓ.ଏଲ୍.ଏମ.ବି.ଏଲ.ସି ସନତ ସାହୁ ଆଇ.ସି.ଡି.ଏସ ର ସମସ୍ତ ସୁପର ଭାଇଜର ଏବଂ ଓ.ଏଲ.ଏମ ର ଏମ.ବି.କେ ଓ ସି.ଆର୍.ପି ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ବି.ପି.ସି ଶ୍ରୀଯୁକ୍ତ ରୋହିତ କୁମାର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ l

ନିରଞ୍ଜନ ଗଉଡ଼, ନର୍ଲା, ପ୍ରଗତିଶୀଳ ମସିହା

Related posts

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

Sunil Chandra Nayak

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!