ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସହରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ରାଉରକେଲା/ ଚଳିତ ବର୍ଷ ‘ ମାନବତା ପାଇଁ ଯୋଗ’ ବିଷୟ ନେଇ ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଇସ୍ପାତ ନଗରୀର ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ଯୋଗ ଦିବସ ପାଳନ କରାଯାଇଛି। ଯୋଗହିଁ ଶରୀର,ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ। ଏହା ଆଧ୍ୟାତ୍ମିକ ଅଭ୍ୟାସ,ଯାହା ଶାନ୍ତି,ଆତ୍ମବିଶ୍ବାସ ଓ ସାହସକୁ ପ୍ରୋତ୍ସାହିତ କରେ। ମାନସିକ ଓ ଶାରୀରିକ ମଧ୍ୟରେ ସମନ୍ବୟ ର ଅନ୍ୟତମ କାରଣ ଯୋଗ। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୧୫ ମସିହାରୁ ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୮ମବର୍ଷ ପୂରଣ ହୋଇଛି। ସଦଭାବ ଓ ଶାନ୍ତି ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ତାହା ପ୍ରମାଣିତ ହୋଇଛି। ବିଶ୍ବକୁ ସୁସ୍ଥତା ଓ ଶୁଦ୍ଧତା ର ମାଗଦର୍ଶନ କରାଉଥିବା ଏହି ଦିବସ ଉତ୍ସାହର ସହ ରାଉରକେଲାରେ ପାଳନ କରାଯାଇଛି।

ବାସନ୍ତୀ ପାଠାଗାର:-

ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପ୍ରାକ୍ତନ ଉପ ମହାପ୍ରବନ୍ଧକ ପି.କେ.ରାୟ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଯୋଗ ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ଆଚାର୍ଯ୍ୟ ଓ ବରିଷ୍ଠ ସଦସ୍ୟା କବିତା ଦାଶ ବିଭିନ୍ନ ଯୋଗାସନ ମାଧ୍ୟମରେ ଯୋଗ ଶିକ୍ଷା ଦାନ କରିଥିଲେ। ଏଥିରେ ଶତାଧିକ କର୍ମୀ ଯୋଗଦେଇ ଥିଲେ।

ସେଲିବ୍ରେସନ କମିଟି:-

ସିଭିଲଟାଉନସିପ ସ୍ଥିତ ମଡର୍ଣ୍ଣ ପଡିଆ ଠାରେ ସେଲିବ୍ରେସନ କମିଟି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଉପଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଓ ଡିଏଫଓ ଯଶୋବନ୍ତ ସେଠୀ ତଥା ଅନ୍ୟତମ ଅତିଥି ବିଶ୍ରାବ୍ଳକର ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା, ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ନର ରାକେଶ କୁମାର ସିଂହ ଓ ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ନର ମନଜିତ୍ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଯୋଗଗୁରୁ ତଥା ଅନୁଷ୍ଠାନର ସଂଗଠନ ସଂପାଦକ ସୁଶାନ୍ତ କୁମାର ଶତପଥୀଙ୍କ ଯୋଗ ନିର୍ଦ୍ଦେଶନା ରେ ଦିଶା, ଉତ୍କଳ ଗାୟତ୍ରୀ ଯୁବ ପରିଷଦ,ଜାଗରଣ,ରୋଟାରୀ କ୍ଲବ ରୟାଲ,ରୋଟାରୀ କ୍ଲବ କୁଇନ, ଆଇଏନଓ, ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍,ମାରୱାଡି ମହିଳା ମଂଚ, ଲାୟନ୍ସ କ୍ଲବ ଅଫ୍ ବେଦବ୍ୟାସ କୋହିନୂର, କଳିଙ୍ଗ ସ୍ପୋର୍ଟ୍ସ ଆସୋସିଏସନ୍ ର କର୍ମକର୍ତ୍ତାଙ୍କ ସହ ପ୍ରାୟ ୪୦୦ଜଣ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସେଲିବ୍ରେସନ କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ସେକ୍ଟର ୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟ:-

ସେକ୍ଟର ୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ) ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଯୋଗ ପ୍ରଶିକ୍ଷକ ଆଲୋକ ବୋଷ ଯୋଗଗୁରୁ ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଯୋଗାସନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିବେଦିତା ମହାନ୍ତି,ପ୍ରମିଳା ପ୍ରଧାନ,ରେଣୁବାଳା ରାଉତ, ଅମିତା କୁମାରୀ, କାବେରୀ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ।

ଇଣ୍ଡୋ ଇଂଲିଶ ସ୍କୁଲ:-

ଇଣ୍ଡୋ ଇଂଲିଶ ସ୍କୁଲ ର ପ୍ରତିଷ୍ଠାତା ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ , କେ. ବିଶ୍ବନାଥନ, ଦିଲିପ କୁମାର ଭୁଇଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ଏହି ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ ଆସନରେ ଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!