ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ନିତି ଚାଲୁଥିବି ଧରି ତୁମ ନାମ

     ଭଜୁଥିବି ହରିରାମ

ଶୁଣୁଥିବି ନିତି ଭଜନ କୀର୍ତ୍ତନ

    ଛାଡୁଥିବ ପାପ କର୍ମ।

 ବଞ୍ଚିବା ହୋଇବ ସଂଗ୍ରାମ କରିକି

    ଭାଗ୍ୟ ଥିବ ପ୍ରଭୁ ସାହା

ସଂଘର୍ଷ ନଥିଲେ ଜୀବନର ସ୍ବାଦ

   କମ ପଡ଼ିଯିବ ରାହା।

ଜୀବନ ନଉକା କାତ ମାରି ମାରି

    କୂଳରେ ପହଞ୍ଚି ହବ

 ଜୀବନ ପାଇଁକି ଆନନ୍ଦ ଉଲ୍ଲାସ

   ଖୁସିରେ ମିଳେ ଗୈାରବ।

ଭକତି ଯେତିକି ଶକତି ସେତିକି

    ପ୍ରୟୋଗ ହୋଇବ ମୂଳ

ଦୟା କ୍ଷମା ଗୁଣ ଯାହା ହୃଦେ ଜନ୍ମ

        ସବୁଠି ହୁଏ ସଫଳ।

ଈଶ୍ୱର ଚାହିଁଲେ ଭାଗ୍ୟସାହା ଦେଲେ

       ଜନର ହୁଏ ମଙ୍ଗଳ 

କେଉଁ କାମ ସେହି ହାରିଯାଏ ନାହିଁ

    ସବୁ କାମ ତା ସଫଳ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ନବରଙ୍ଗପୁର ରେ କାଗଜ ବିହୀନ ଅଦାଲତ କୁ ଉଦଘାଟନ କଲେ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି

Sunil Chandra Nayak

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ବିବାଦ ଘେରରେ ଖଙ୍ଗାର ଗୁଡା -ଡ଼ଙ୍ଗାରିଗୁଡା ପ୍ରଧାନ ମନ୍ତ୍ରୀ ରାସ୍ତା ,ଅଧପାନ୍ତରିଆ କାମ ଶେଷ ହେବ କେବେ?

Sunil Chandra Nayak

Leave a Comment

error: Content is protected !!