ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

ଯୋଗ ନବାକ୍ଷରୀ

 

ଅପର୍ତ୍ତି ସେଠୀ

ଯୋଗୀ ହୁଅ କି ବ‌ଇରାଗୀ,

ରାଗୀ‌ ହୁଅ କି ଅବା ଦାଗୀ।

ପ୍ରତ୍ଯେହ ଯୋଗ କରୁଥିବ‌,

କହନ୍ତି ବାବା ରାମ ଦେବ।

ବାବାଙ୍କ ଫଟୋ କାନ୍ଥେ‌ ଟାଙ୍ଗି,

ଅଥବା ଦେଖ ନିତି ଟିଭି।

ଗ୍ୟାସ୍‌ ହେଉ କି ମଧୁମେହ,

ରୋଗର ଯୋଗରେ ବିଦାୟ।

କପାଳ ଭାଟି‌ ଅନୁଲୋମ,

ଯୋଗର ବିଭିନ୍ନ କିସମ‌।

ଗେରୁଆ କାଛ‌ ମାରିଦେବ,

ଯୋଗ ଯତନେ ସାଧୁଥିବ।

କେବେ ପେଟକୁ‌ ବାୟୁ ନେବ,

କେବେ ଉର୍ଦ୍ଧ୍ବକୁ‌ ଛାଡୁଥିବ। 

ବାବାଙ୍କ ଯୋଗ ଶିକ୍ଷା ପରେ,

ବିକ ଏ ଯୋଗ ମାର୍କେଟରେ।

ଟଙ୍କାରେ ଟଙ୍କା ଯୋଗ କର,

ହୁଅ ଟଙ୍କାର ଅଧିଶ୍ଵର।

ଯୋଗ ଶବ୍ଦଟି ପିଲାବେଳେ,

ପାଠ ପଢି‌ଛୁ ଗଣିତରେ।

ଏକରେ ଏକ କଲେ ଯୋଗ, 

ଦୁଇ ମିଶାଣ ଫଳ ହେବ।

ଏକକୁ ଏକରେ ମିଶାଅ 

ସେହି ଏକକୁ ଦେଖୁଥାଅ।

ପ୍ରେମର ପାଠ ଅଟେ ଏହି,

ଦୁଇଟି ମନ ଯୋଗ ହୋଇ।

ଦେଖ ଏ ପୁଅ ଝିଅ ଯୋଗ,

ଯଦି ଏକାମ୍ର ପାର୍କ ଯିବ।

ସବୁଠି ଯୋଗ ଚାଲୁଅଛି,

ଯେଉଁଠି ଏ ଆଖି ପଡୁଛି।

ଫୁଲ ଭ୍ରମର ଯୋଗ ଭଳି,

ଯୋଗରେ ସମ୍ପର୍କ ତିଆରି।

ଯୋଗ ଯେ କରେ ଯୋଗଜନ୍ମା,

ଜୀବକୁ କରାଏ ମହାତ୍ମା।

କେନ୍ଦରା‌ ବଜାଉଛି ଯୋଗୀ,

ଯୋଗ ସାଧୁଛି ଯିଏ ଯୋଗୀ।

ବ୍ରହ୍ମ ଜାଣିଛି ଯେ ବ୍ରାହ୍ମଣ,

ପୁଣି ବ୍ରାହ୍ମଣ କୁଳେ‌ ଯିଏ ଜନ୍ମ।

ଏଥିରେ ବହୁତ ପ୍ରାର୍ଥକ୍ଯ‌,

ଯୋଗରେ ସମ ଭାବ ଦେଖ। 

ଭାବ ଓ ପ୍ରେମ ଯୋଗ ବଳେ,

ଭକତି‌ ଜନ୍ମେ‌ ଅବହେଳେ।

ଭକ୍ତ ଓ ଭଗବାନ ଯୋଗ,

ପରମ ଗତି ବେଗେ ଲଭ।

ଗୁରୁ ଛାତ୍ରଙ୍କ ହେଲେ ଯୋଗ,

ଉଚିତ ବିଦ୍ଯା ପ୍ରକାଶିବ।

କଲମ କବି ଯୋଗ ହେଲେ,

କବିତା ସମ୍ଭବଟି‌ ଭଲେ।

ଦେହ ଦେହର ହେଲେ ଯୋଗ,

ସନ୍ତାନ ପ୍ରାପ୍ତି ଲଗ୍ନ ଶୁଭ।

ଆତ୍ମା ଓ ପରମାତ୍ମା ଭାବ,

ଯୋଗରେ ହୁଅଇ‌ ସମ୍ଭବ।

ଦେଖ‌ଏ ସ୍ଵାମୀ ସ୍ତ୍ରୀଙ୍କର

ଅଛି କି ଯୋଗ ହୃଦୟର ? 

ମଦ୍ଯପ‌ ମଦ ଯେହ୍ନେ ଯୋଗ,

ନିଶାର ହୁଅଇ ଉଦ୍ଭବ।

ଏମନ୍ତେ ଯୋଗ ପାଗ‌ ଦେଖି,

କ‌ଇଁକୁ‌ ଜହ୍ନ ମାରେ ଆଖି।

ସବୁଠିଁ ନିରାଶାର ଭାବ,

ନାହିଁ ତ ଅନୁକୁଳ ଯୋଗ।

ଯୋଗରେ ଶୁଭ ପାଣିପାଗ,

ସକଳ କାର୍ଯ୍ୟ ଯେ ସମ୍ଭବ।

ତେଣୁ ହେ‌ ଯୋଗୀ ଭକ୍ତ ଗଣ,

କରିବ ଯୋଗ ସୁସାଧନ।

ଯୋଗ ଓ ପ୍ରାଣାୟାମ କରି,

ନିରୋଗୀ ଜୀବନ ଆଚରି।

ସୁସ୍ଥ ସମାଜ ଗଢିଦେବା,

ଯୋଗ ଅଭ୍ୟାସ କରୁଥିବା।।

ଏ ଅଟେ ଯୋଗ ନବାକ୍ଷରୀ,

ଯୋଗ ସାଧିବା‌ ଏହା ପଢି।

କହ‌ଇ ମୁରୂଖ ଅପର୍ତ୍ତି,

ଦୋଷ ମୋ ଧରିବନି‌ କିଛି।

ଇତି ଶ୍ରୀ ଯୋଗ ନବାକ୍ଷରୀ ସମ୍ପୂର୍ଣ୍ଣ

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ଉମାକାନ୍ତ ଦାସ ଙ୍କ କବିତା ଶକ୍ତି ସଂସ୍କୃତିର ତୁ ଆଦି ଶକ୍ତି’

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!