ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦର ନିୟନ୍ତ୍ରଣ ଲାଗି  ୨୫୦,୦୦୦ ଟନ୍‌ ପିଆଜ ମହଜୁଦ ରଖିଛନ୍ତି କେନ୍ଦ୍ର ସରକାର

ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ କେନ୍ଦ୍ର ସରକାର ରେକର୍ଡ ପରିମାଣର (୨୫୦,୦୦୦ ଟନ୍‌) ପିଆଜ ସଂରକ୍ଷଣ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ହେଉ ନ ଥିବାରୁ ଦେଶରେ ପିଆଜ ଦର ବୃଦ୍ଧି ପାଇଥାଏ। ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବା ଲାଗି ଉପରୋକ୍ତ ମାସଗୁଡ଼ିକରେ ସରକାର ଗଚ୍ଛିତ ପିଆଜକୁ ବଜାରକୁ ଛାଡ଼ିବେ। ଦେଶରେ ମୁଦ୍ରାସ୍ଫୀତି ହାର ୭% ଉପରେ ଚାଲିଥିବା ବେଳେ ସରକାର ବୃଦ୍ଧିପାଉଥିବା ପନିପରିବା ଦର ସ୍ଥିର ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରାଳୟ ଏହି ପିଆଜ ସଂରକ୍ଷଣ କରି ଗଚ୍ଛିତ ରଖିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଖାଉଟି ମନ୍ତ୍ରାଳୟ କହିଛି ଯେ, ବ୍ୟାପକ ପିଆଜ ଚାଷ କରୁଥିବା ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର କୃଷକମାନଙ୍କଠାରୁ ପିଆଜ ଖରିଦ କରାଯାଇଛି।

ମନ୍ତ୍ରାଳୟର ଅଧିକାରୀମାନଙ୍କ କହିବା ଅନୁସାରେ, ଦେଶରେ ଅମଳ ହେଉଥିବା ପିଆଜର ୬୫% ପାଇଁ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ମଞ୍ଜି ବୁଣାଯାଇ ଏବଂ ଅକ୍ଟୋବର ମାସରେ ପିଆଜ ଅମଳ କରାଯାଏ। ପରେ ଅକ୍ଟୋବର-ନଭେମ୍ବର ମାସରେ ମଞ୍ଜି ବୁଣାଯାଇ ଏପ୍ରିଲ୍‌-ମେ ମାସରେ ପିଆଜ ଅମଳ କରାଯାଏ। ସରକାର କୃଷକମାନଙ୍କଠାରୁ ଉତ୍ପାଦିତ ପିଆଜ ଖରିଦ କରି ଗଚ୍ଛିତ ରଖନ୍ତି। ଏଥିପାଇଁ ‌ବର୍ଷାଋତୁରେ ବି ଦେଶରେ ପିଆଜ ଅଭାବ ହୁଏନାହିଁ।

ଚଳିତ ବର୍ଷ ସରକାର ‘ନ୍ୟାସ୍‌ନାଲ୍‌ ଏଗ୍ରିକଲ୍‌ଚୁରାଲ୍‌ କୋଅପରେଟିଭ୍‌ ମାର୍କେଟିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ (ଏନ୍‌ଏଏଫ୍‌ଇଡି) ମାଧ୍ୟମରେ କୃଷକମାନଙ୍କଠାରୁ ଶୀତଋତୁ ମଞ୍ଜିବୁଣାଯାଇ ଖରାଦିନେ ଅମଳ ହୋଇଥିବା ପିଆଜ ଖରିଦ କରିଥିଲେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର.. ବିଗତ ୫ ବର୍ଷରେ ନିଖୋଜ ହେଲେଣି ୧୪ ହଜାର ୭୫୩ ଶିଶୁ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ

Sunil Chandra Nayak

ଶୋଭlଗିନୀ ନନ୍ଦ ଙ୍କ କବିତା ଭାଗ୍ୟ

Sunil Chandra Nayak

Leave a Comment

error: Content is protected !!