ଭାବଗ୍ରାହୀ ଭଗବାନ
ବାଲାଜି ସେଠୀ
କେଉଁ ପୁଣ୍ୟ କରି ଦାସିଆ ବାଉରୀ
ହେଲା ତୋ ପରମ ଭକ୍ତ
କେଉଁ ପାପଧନ କଲା ହୀନିମାନ
ତୋ କୃପାରୁ ମୁଁ ବଞ୍ଚିତ
ଭକ୍ତ ସେ ପତିତ ଟେକି ଦୁଇ ହାତ
ଥିଲା ତୋର ଅନୁରକ୍ତ
ତା ହାତୁ ନଡ଼ିଆ ନେଲୁ ରେ କାଳିଆ
ଛୁଇଁ ତୋର କଳା ହାତ ।।
ତୋ ଛୁଆଁର ତାପ କୋଟି ଜନ୍ମ ପାପ
ଦେଲାରେ କାଳିଆ ଜାଳି
କେଉଁ ଭାବ ତା ଠି ଦେଲୁ ରେ ଲଗାଇ
କେହି ନପାରନ୍ତି କଳି ।।
ପାପୀଟିଏ ଅବା ତପୀଟିଏ ହେଉ
ତୋ ପାଇଁ ସମାନ ହରି
ତୁ କୃପା ନିଧାନ ପତିତ ଉଦ୍ଧାର
କୋପେ ଅବା କୃପା କରି ।।
ପୋଛି ଦେ ରେ ମନୁ କୁତ୍ସିତ କଳୁଷ
ତୁ ପରା ଭଗବାନ
କରି ଦେ ପଛକେ ଦାଣ୍ଡର ଭିକାରୀ
ଦେ ଥରେ ଦରଶନ ।।