ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

ଭବାନୀପାଟଣା:୨୯/୦୯ – (ମନିସ):- ଭୋପାଳ ଠାରେ ଅନୁଷ୍ଠିତ ଜୁନିୟର ନ୍ଯାସନାଲ ଆଥଲେଟିକ୍ସ ଚାମ୍ପିଅନଶିପ୍ ରେ ଅଂଶ ଗ୍ରହଣ କରି ଭବାନୀପାଟଣା ବିକାଶ ବିଦ୍ୟାଳୟ ର ଡିଏମ୍ ଜୟରାମ ୧୦୦ ମିଟର ଦୌଡ ରେ ରୌପ୍ଯ ପଦକ ପାଇଛନ୍ତି , ଏହି ୧୦୦ ମିଟର ଦୌଡ କୁ  ମାତ୍ର ୧୦.୯ ସେକେଣ୍ଡ ରେ ସମାପନ  କରି ସେ ରେକର୍ଡ ସୃଷ୍ଟି କରିଛନ୍ତି।ଏହା ସହ ଅକ୍ଟୋବର ଶେଷ ସପ୍ତାହରେ କୁଏତରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶଗ୍ରହଣ କରିବାକୁ ସେ ମନୋନୀତ ହୋଇଛନ୍ତି।ଜିଲ୍ଳା ପ୍ରଶାସନ ତରଫରୁ କଳାହାଣ୍ଡି କଲେକ୍ଟର ପି. ଅନ୍ବେଷା ରେଡ୍ଡୀ  ଉଜ୍ଜଳ  ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିବା ପାଇଁ ଆମଦାନୀ ହୋଇଥିବା  ଏକ ସ୍ପାଇକ୍ ସହିତ ୩୦୦୦୦ ଟଙ୍କା ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ତାଙ୍କୁ ପ୍ରଦାନ କରିଥିଲେ। 

Related posts

କଲେଜ ଛାତ୍ରୀକୁ ଆକ୍ରମଣ ଘଟଣାରେ ଯୁବକ ଗିରଫ 

Sunil Chandra Nayak

ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା।

Sunil Chandra Nayak

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!