ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖସିଗୁଡା ଗ୍ରାମରେ ୩ ଠାକୁରଙ୍କ ପାଇଁ ୩ ଗୋଟି ରଥ ଟଣା ଯାଇ ଥିବା ଦେଖିବାକୁ ମିଳିଥିଲା ।ଗତ ୨ ବର୍ଷ ହେଲା ମହାମାରୀ କରୋନା କଟକଣା ଯୋଗୁଁ ଯାତ୍ରା ସମ୍ପୂର୍ଣ ବନ୍ଧ ହୋଇଥିଲା ।କେବଳ ମହାପ୍ରଭୁଙ୍କ ପୂଜାବିଧି ଚାଲୁ ରହିଥିଲା ।ରଥ ଟଣା ବନ୍ଧ ରହିଥିଲା ।କିନ୍ତୁ ଚଳିତ ବର୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସ।ହ ଓ ଆଗ୍ରହ ଦେଖିବାକୁ ମିଳିଥିଲା ।ଚଳିତ ବର୍ଷ ଖସିଗୁଡ଼ାରେ ବହୁ ଆଡମ୍ବର ସହିତ ରଥଯାତ୍ରା ପାଳନ କରାଯାଇଛି ।୩ ଠାକୁରଙ୍କ ତିନିଟି ରଥକୁ ସୁନ୍ଦର ଭାବରେ ସଜାଯାଇ ଥିଲା । ଗ୍ରାମର ଆଦିତ୍ୟ ପ୍ରସାଦ ରାୟ ଗୁରୁ ଛେରା ପହଁରା କରିଥିବା ବେଳେ ପୂଜକ ଗୋଲେକ ଚନ୍ଦ୍ର ଯୋଶୀ ପୂଜାବିଧି ସମ୍ପନ୍ନ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ଅଂଶୁମାନ ଯୋଶୀ ,ବଡ଼ କାଣ୍ଡ ,ମଙ୍ଗଳ କାଣ୍ଡ ,ଦିବ୍ୟ ନ।ଏକ ,ତ୍ରିଲୋଚନ କରୁଆ ,ଗୁରୁ ନ।ଏକ ,ନବୀନ ନ।ଏକ ,ପ୍ରେମ ପାତ୍ର ,ସଞ୍ଜିତ ପାତ୍ର ,ସମ୍ଭୁ ପାତ୍ର ,ଲୋଚନ କାଣ୍ଡ ,ସୁବଳ ଠାକୁର ,କାଶୀ ନ।ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ସୁଭଦ୍ରା ରଥକୁ ମହିଳାମାନେ ଟାଣି ଥିଲେ ।ଏଥିରେ ହେମନ୍ତ କୁମାର ଯୋଶୀ ,ବିଶ୍ୱ ରଞ୍ଜନ ଯୋଶୀ ,ଅଭିଳାଷ ପାତ୍ର ଏବଂ ଗୌର ଚନ୍ଦ୍ର ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।ଚଳିତ ବର୍ଷ ରଥଯାତ୍ରା ରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା ।ସେହିପରି ଅଞ୍ଚଳର ଦାସିଗାଁ ,ହାବସପୁର ,ଚିକିଲି ,ରାଜପୁର ଭଳି ଅନେକ ସ୍ଥାନରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବଜ୍ରପାତରେ ଦିଘିଆବେଡା ଗ୍ରାମର ଟ୍ରାନର୍ସଫର୍ମର ପୋଡ଼ି;ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ କୁସୁମି ବିଦ୍ୟୁତ୍ କାର୍ଯ୍ୟାଳୟ ଦ୍ବାରସ୍

Sunil Chandra Nayak

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ବୈଠକ

Sunil Chandra Nayak

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

Leave a Comment

error: Content is protected !!