ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହଳଦ ଷ୍ଟେସନ ରୋଡ଼(ଝରାଡିହି) ଟ୍ରେନରେ କଟି ବୃଦ୍ଧ ମୃତ ;କାରଣ ଅସ୍ପଷ୍ଟ

ମୟୂରଭଞ୍ଜ:-୦୨/୦୭/୨୨; (ମସିହା) ଟାଟା-ବାଦାମପାହାଡ ରେଳପଥ ରେ ଓଡିଶା, ମୟୁରଭଞ୍ଜରେ ପଡୁଥିବା ପ୍ରଥମ ଷ୍ଟେଷନ ବହଳଦାରୋଡ ଷ୍ଟେଷନ(ଝରାଡିହି) ଠାରେ ଆଜି ଜନୈକ ବୃଦ୍ଧ ବ୍ୟକ୍ତି ଟ୍ରେନ୍ ତଳେ ପଶି ଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଦୂର୍ଘଟଣାରେ ମୃତ ବୃଦ୍ଧ ଜଣକ ବହଳଦାରୋଡ ଷ୍ଟେଷନ (ଝରାଡିହି) ନିକଟସ୍ଥ ମଝିଗାଁ ଗ୍ରାମର ବାସିନ୍ଦା କ୍ଷେତ୍ରମୋହନ ବାରିକ (୭୫) ବୋଲି ଜଣା ପଡିଛି। ଟାଟା-ବାଦାମପାହାଡ ପାସେଞ୍ଜର ଟ୍ରେନ୍ ଆଜି ସକାଳ ୦୭’ ଟା ୨୦’ ମିନିଟ୍ ସମୟରେ ବହଳଦାରୋଡ ଷ୍ଟେଷନରେ ପହଞ୍ଚି ଛିଡା ହୋଇଥିବା ସମୟରେ ସେ ବୃଦ୍ଧ ବ୍ୟକ୍ତି ଟ୍ରେନ ତଳେ ପଶି ଯାଇଥିଲା ଏହା କେହି ଜାଣି ପାରିନଥିଲେ। ୭.୩୦ ମିନିଟ୍ ସମୟରେ ଷ୍ଟେଷନ ରୁ ଟ୍ରେନ୍ ଛାଡିବା ସମୟରେ ବୃଦ୍ଧ ଜଣଙ୍କ ମୁଣ୍ଡ ଟ୍ରେନ୍ ଚକତଳେ ଆସିବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଗଣ୍ଡି ଅଲଗା ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୂର୍ଘଟଣାରେ ମୃତ ବୃଦ୍ଧ’ଙ୍କ ମୃତ ଦେହକୁ ସତ୍କାର ପାଇଁ ପରିଜନ ଲୋକେ ରେଳ ଧାରଣାରୁ ଉଠାଇ ନେଇ ଯାଇଥିବାବେଳେ ରେଲଓ୍ବେ ପୋଲିସ୍ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛିଶନିବାର ଦିନ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ସହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

ବରିଷ୍ଠ ମାନଙ୍କୁ ସମ୍ମାନ ଜଣାଇଲେ ବିଧାୟକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

Leave a Comment

error: Content is protected !!