ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ସୁନିଲ ମାଝୀଙ୍କ ଘର‌ବାହୁଡା

ମୟୂରଭଞ୍ଜ – ୦୨/୦୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ପ୍ରାକ୍ତନ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ସୁନିଲ ମାଝୀ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ନେତୃବୃନ୍ଦଙ୍କ ସହ ମତ ପାର୍ଥକ୍ୟ ନେଇ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଦଳର ନୀତି,ଆଦର୍ଶ, ଶୃଙ୍ଖଳା , ସମ୍ମାନ ନେଇ ଦିର୍ଘହେଲା ସେ ଅଣନିଃଶ୍ବାସୀ ହୋଇ ଉଠିଥିଲେ ।ଶେଷରେ ନିଜର ଭୁଲ ବୁଝି ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଅଧ୍ୟକ୍ଷା ଅଂଜନି ସୋରେନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ପବିତ୍ର ରଥଯାତ୍ରା ଅବସରରେ ରାଇରଙ୍ଗପୁର ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ମିଶ୍ରଣ ପର୍ବରେ ରାଜ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ । ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ ତାଙ୍କୁ ପୁଷ୍ପତୋଡା ଓ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ଯ ସଭାନେତ୍ରୀ ଅଂଜନି ସୋରେନ କହିଥିଲେ ଦଳ ପାଇଁ ସବୁବେଳେ ସମସ୍ତଙ୍କ ଦ୍ବାର ଖୋଲା ।ଝାମୁମୋ ଏକ ଶୃଙ୍ଖଳିତ ଦଳ । ଆଦିବାସୀ ଓ ଅଧିବାସୀଙ୍କ ସ୍ୱାର୍ଥ ପାଇଁ ଦଳ ଲଢେଇ କରିବ । କ୍ଷମତାରେ ଥାଉ ବା ନଥାଉ ଗରିବ,ଖଟିଖିଆ,ମହିଳା,ଯୁବକ,କୃଷକ,ଶ୍ରମିକ ହକ ପାଇଁ ଲଢେଇ କରିବ ।ସୁନିଲବାବୁ ଜଣେ ଟାଣୁଆ ଯୁବ ନେତା ।ତାଙ୍କର ଘର ବାହୁଡ଼ା ଦଳକୁ ଆଗକୁ ସଶକ୍ତ ଓ ବଢ଼ିବାରେ ସାହାଯ୍ୟ କରିବ ।ସୁନିଲ ମାଝୀ କହିଥିଲେ ସେ ଜଣେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାଧାରଣ ସୈନିକ । ତାଙ୍କର ନେତା ଦିବସ ଗୁରୁ ଶିବୁ ସୋରେନ,ହେମନ୍ତ ସୋରେନ ଏବଂ ଅଂଜନି ସୋରେନ ।ଦଳ ଯେଉଁ ଦାୟିତ୍ଵ ଦେବ ସେ ତାହାକୁ ନିଷ୍ଠାର ସହ ତୁଲାଇବେ ବୋଲି ଗଣମାଧ୍ୟମକୁ କହିଥିଲେ । କ୍ଷମତା ଓ ପଦପଦବୀ ମୋର ଦରକାର୍ ନାହିଁ ।ଅଂଚଳବାସୀଙ୍କ ସମସ୍ୟା ନେଇ ସେ ଲଢେଇ କରିବେ ।କାର୍ଯ୍ଯକ୍ରମରେ ଓଡ଼ିଶା ପ୍ରଦେଶ ଝାମୁମୋ ସଚିବ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର ,ସନାତନ ମୁଣ୍ଡା,ସାଲୁ କିସ୍କୁ,ସେକ ଅବଦୁଲ ମାନାନ,ଭାଗବତ ମାଝୀ ଏବଂ ଅନ୍ୟ ନେତୃବୃନ୍ଦ,କର୍ମି ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରବଳ ଖରା ଯୋଗୁଁ ଗୁରୁବାରଠାରୁ ମେ ୨ ପର୍ଯ୍ୟନ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

Sunil Chandra Nayak

Leave a Comment

error: Content is protected !!