ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାଲେଶ୍ଵର, ୦୧/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ସରକାରୀ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରକୋଣା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଆରସିସି ଏବଂ ଏବିଓ ଶ୍ରୀଧର ବେହେରା ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଏବିଓ ଗୌରାଙ୍ଗ ମହାପାତ୍ର ଓ ହେମନ୍ତ କୁମାର ମିଶ୍ର, ଅଲସ୍ତା ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସମ୍ପାଦକ ଶଙ୍କର୍ଷଣ ଜେନା, ଜିଲ୍ଲା ସଭାପତି ବିଜୟ କୁମାର ଦ୍ବିବେଦୀ ଓ ସିଆରସିସି ଲକ୍ଷ୍ମଣ କୁମାର ସେଣ ପ୍ରମୁଖ ଶିକ୍ଷୟିତ୍ରୀ ବାସନ୍ତି ନାୟକ ଓ ଶିକ୍ଷକ ହରେକୃଷ୍ଣ ବିଶ୍ବାଳଙ୍କ ସମ୍ବର୍ଦ୍ଧନା ସଭାରେ ମଞ୍ଚାସୀନ ଥିଲେ । ଚଳନ୍ତି ଦେବତା ହେଉଛନ୍ତି ଗୁରୁଜୀ, ଗୁରୁମା ଓ ପିତାମାତା । କାଠ ପଥର ନିର୍ମିତ ମୂର୍ତ୍ତିକୁ ନଡିଆ କଦଳୀ ଦେଇ ପୂଜା କଲେ ମନରେ ହୁଏତ ଏକାଗ୍ରତା ଆସିପାରେ କିନ୍ତୁ ପିତାମାତା, ଶିକ୍ଷକ ଓ ଶିକ୍ଷିକାଙ୍କୁ ପୂଜା କଲେ ସିଧାସଳଖ ବରଦାନ ମିଳେ । ତେଣୁ ଏ ପୂଜ୍ଯ ପୂଜାର ଧାରା ବଞ୍ଚାଇ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ଓ ଶିକ୍ଷିକା କୈଳାସ ଚନ୍ଦ୍ର ମାଝୀ, ଗୌରାଙ୍ଗ ଚରଣ ମୁଖି ଓ ଯମୁନା ବାରିକ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ସାରକୋଣା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚାଷୀଙ୍କୁ ଆଶ୍ୱସ୍ତି,ଧାନ ସମେତ ୧୭ ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!