ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠିତ

କୋକସରା,୮ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତରେ ଶୁକ୍ରାବାର ସରପଞ୍ଚ ହରିପ୍ରିୟା ନାଗଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତର ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଗ୍ରାମ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସାମଜିକ ନିରାପତ୍ତା ଯୋଜନା, ଜୀବନ ଜୀବିକା ଯୋଜନା ଗୁଡିକୁ ସଠିକ କାର୍ଯ୍ୟକାରୀ କରାଯାଇ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଷ୍ଟାଣ୍ଡିଂ କମିଟି ର ଗୁରୁତ ପୂର୍ଣ୍ଣ ଭୂମିକା ରହିଛି । ଏଣୁ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଙ୍କ ଉପସ୍ଥିତିରେ ୭ ଗୋଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ, ଗମନା ଗମନ, ଗ୍ରାମ୍ୟ ଗୃହ ନିର୍ମାଣ, କୃଷି ଭଲି ଅନେକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତ କରି ଆବଶ୍ୟକୀୟ ସମ୍ବଳ ପାଇଁ ପଞ୍ଚାୟତ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ଭଏଁସାଲ ସଭା କୁ ପରିଚାଲନା କରିଥିଲେ । ଏଥିରେ ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆଁ, ଜିଆର୍‌ଏସ୍ ଶିବରାମ ଗହୀର, ସମିତ ସଭ୍ୟା ପାର୍ବତୀ ବାଗ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ସମେତ ପଞ୍ଚାୟତ କର୍ମଚାରୀ ପ୍ରମୂଖ ଯୋଗ ଦେଇଥିଲେ । ଯୋଗାଣ ସହାୟକ ସତ୍ୟସୁନ୍ଦର ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମ ନି ସ 

Related posts

କୁଲତାଯୋର୍ ରେ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମୁଖିଗୁଡା ଠାରେ ବିଶ୍ଵ ମାନବଧିକାର ଦିବସ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

Sunil Chandra Nayak

Leave a Comment

error: Content is protected !!