ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା…….୭

ମହାଭାରତ କଥା…….୭

 

ରାଜା ଧୃତରାଷ୍ଟ୍ରଙ୍କୁ ବ୍ଯାସଦେବ ଦିବ୍ଯ ଦୃଷ୍ଟିଶକ୍ତି ପ୍ରଦାନ କରିବା ପାଇଁ କହିଲେ କାହିଁକି

ଶ୍ରୀକୃଷ୍ଣଙ୍କ ଶାନ୍ତି ପ୍ରସ୍ତାବକୁ ଦୁର୍ଯ୍ୟୋଧନ ପ୍ରତ୍ଯାଖ୍ଯାନ କରିବା ଫଳରେ ଯୁଦ୍ଧ ବ୍ଯତୀତ ଅନ୍ୟ ବିକଳ୍ପ ପନ୍ଥା କିଛି ନଥିଲା । ସୁତରାଂ ଯୁଦ୍ଧ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାରୁ ସେ ପାଣ୍ଡବମାନଙ୍କୁ ପରାମର୍ଶ ଦେଲେ । ପାଣ୍ଡବମାନଙ୍କର ବନ୍ଧୁ ରାଜାମାନଙ୍କ ନିକଟକୁ ଖବର ପଠାଗଲା । ଏଣେ ଦୁର୍ଯ୍ୟୋଧନ ମଧ୍ୟ ଯୁଦ୍ଧ ନିମନ୍ତେ ଖୁବ୍ ଜୋରସୋରରେ ପ୍ରସ୍ତୁତି ଚଳାଇଲା ଏବଂ ଏଥିରେ ତାକୁ ସହଯୋଗ କରିବାକୁ ବନ୍ଧୁମାନଙ୍କର ସହାୟତା ଲୋଡିଲା । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ରହିବେ ବୋଲି ସ୍ଥିର କଲେ । ଏବଂ କୌଣସି ଅସ୍ତ୍ର ଧାରଣ ନ କରି ଅର୍ଜୁନଙ୍କ ରଥରେ ସାରଥୀ ହେବେ ବୋଲି ଜଣାଇ ଦେଲେ । ପିତାମହ ଭୀଷ୍ମ କୌରବମାନଙ୍କ ପକ୍ଷରେ ରହିବେ ବୋଲି ସ୍ଥିର କଲେ । କୌରବମାନଙ୍କ ପକ୍ଷରେ ନାନାପ୍ରକାର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅସଂଖ୍ଯ ଶୂରବୀରଙ୍କ ମଧ୍ୟରେ ଯେଉଁସବୁ ମହାରଥୀ ରହିଲେ, ସେମାନଙ୍କ ମଧ୍ୟରେ ଭୀଷ୍ମ ,ଦ୍ରୋଣାଚାର୍ଯ୍ଯ,କୃପାଚାର୍ଯ୍ଯ,କର୍ଣ୍ଣ, ଅଶ୍ବତ୍ଥାମା,ବିକର୍ଣ୍ଣ ଓ ଭୂରିଶ୍ରବା ଅନ୍ୟତମ । ସେହିପରି ପାଣ୍ଡବମାନଙ୍କ ପକ୍ଷରେ ରହିଲେ ଶ୍ରେଷ୍ଠ ଧନୁର୍ଦ୍ଧାରୀ କାଶୀରାଜ,ମହାରଥୀ ଶିଖଣ୍ଡୀ,ଧୃଷ୍ଟଦ୍ଯୁମ୍ନ,ବିରାଟ ରାଜା,ସାତ୍ଯକି,ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର, ଅର୍ଜୁନଙ୍କର ଅନ୍ୟତମ ପତ୍ନୀ ସୁଭଦ୍ରାଙ୍କ ପୁତ୍ର ଅଦ୍ବିତୀୟ ଯୋଦ୍ଧା ଅଭିମନ୍ୟୁ ଏବଂ ଭୀମଙ୍କର ଅନ୍ଯତମ ପତ୍ନୀ ହିଡିମ୍ବାଙ୍କର ପୁତ୍ର ଘଟୋତ୍କଚ । ଉଭୟ ପକ୍ଷର ମହାରଥୀମାନେ ନିଜ ନିଜ ଶଙ୍ଖମାନ ବଜାଇଲେ । ଯୁଦ୍ଧବାଦ୍ଯମାନ ବାଜି ଉଠିଲା । ଏହି ଭୟଙ୍କର ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା । ଯୁଦ୍ଧ ଆରମ୍ଭ ହୋଇଯିବାର ଅଳ୍ପ କିଛି ସମୟ ପୂର୍ବରୁ ହସ୍ତିନାପୁର ରାଜପ୍ରାସାଦରେ ଉପସ୍ଥିତ ହେଲେ ମହାମୁନି ବ୍ଯାସଦେବ । ସେ ରାଜା ଧୃତରାଷ୍ଟ୍ରଙ୍କୁ ଡାକି ନେଇ ଗୋପନରେ କହିଲେ, ହେ ରାଜା , ତୁମ ପୁତ୍ରମାନଙ୍କର ଅନ୍ତିମ ଦଶାର ବେଳ ଆସି ପହଞ୍ଚିଗଲାଣି । କର୍ମର ଫଳ ଭୋଗ କରିବାକୁ ହିଁ ହୋଇଥାଏ । ତୁମର ପୁତ୍ରମୋହ ଏବଂ ଦୁଷ୍ଟପୁତ୍ର ଦୁର୍ଯ୍ୟୋଧନ କୁକାର୍ଯ୍ଯ ଯୋଗୁଁ ଆଜି ଏହି ବିପର୍ଯ୍ଯୟର ସୂତ୍ରପାତ ହୋଇଛି । ସେ ଯାହାହେଉ, ତୁମେ ଯଦି ଏହି ଯୁଦ୍ଧର ଭୟାବହ ଦୃଶ୍ୟ ଦେଖିବାକୁ ଚାହଁ , ତା’ ହେଲେ ମୁଁ ତୁମକୁ ଦିବ୍ଯ ଦୃଷ୍ଟିଶକ୍ତି ପ୍ରଦାନ କରିବି ।
ଏହା ଶୁଣି ଅନ୍ଧରାଜା କାତର କଣ୍ଠରେ କହି ଉଠିଲେ, ହେ ମହର୍ଷି , ଏପରି ଏକ ଭୟାବହ ଯୁଦ୍ଧରେ ମୋର ନିଜ ସନ୍ତାନ ଓ ବନ୍ଧୁମାନଙ୍କର ନିଧନର ଦୃଶ୍ୟ ଦେଖିବାକୁ ମୋର ତିଳେ ମାତ୍ର ଇଚ୍ଛା ନାହିଁ । ମୁଁ ଯେଉଁ ଅନ୍ଧକୁ ସେ ଅନ୍ଧ ହୋଇ ରହିବା ଶତଗୁଣ ଭଲ ବରଂ ଏହି ଯୁଦ୍ଧର ବିବରଣୀ ମୁଁ କିପରି ଶୁଣିପାରିବି , ତାହା ବତାଇ ଦିଅନ୍ତୁ । ବ୍ଯାସଦେବ କହିଲେ, ହେ ରାଜନ୍ , ତୁମ ରଥର ସାରଥୀ ସଞ୍ଜୟକୁ ମୁଁ ଦୂରଦର୍ଶନ ଓ ଶ୍ରବଣର ଶକ୍ତି ପ୍ରଦାନ କରୁଛି । ସେ ଏହିଠାରେ ତୁମ ସନ୍ନିକଟରେ ବସି ଯୁଦ୍ଧର ସମସ୍ତ ଦୃଶ୍ୟ ବର୍ଣ୍ଣନା କରି ତୁମକୁ ଶୁଣାଇବ । ଏହା ଏକ ଧର୍ମ ଯୁଦ୍ଧ ହେବାକୁ ଯାଉଛି ଏବଂ ଧର୍ମର ଜୟ ସୁନିଶ୍ଚିତ ବୋଲି ଜାଣି ରଖ । ଏହା କହି ମହର୍ଷି ବ୍ଯାସ ଧୃତରାଷ୍ଟ୍ରଙ୍କଠାରୁ ବିଦାୟ ନେଇ ଚାଲିଗଲେ ।
କୁରୁକ୍ଷେତ୍ର ନାମକ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ଯୁଦ୍ଧର ଆୟୋଜନରେ ମୁଖରିତ ହୋଇ ଉଠିଲା । ଉଭୟ ପକ୍ଷର ମିତ୍ର ରାଜାମାନେ ସେମାନଙ୍କ ସୈନ୍ୟ ସାମନ୍ତ ଧରି ରୁଣ୍ଡ ହେବାରେ ଲାଗିଲେ । ଅସଙ୍ଖ୍ଯ ଶିବିର, ହାତୀ,ଘୋଡା ଓ ରଥ ଆଦି କୁରୁକ୍ଷେତ୍ରରେ ସଜ୍ଜିତ ହୋଇ ରହିଥିବାର ଦେଖାଗଲା । ଉଭୟ ପକ୍ଷର ସେନାପତିମାନଙ୍କ ନେତୃତ୍ବରେ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ସହ ନିଜ ନିଜ ସ୍ଥାନରେ ମୁତୟନ ହୋଇ ରହିଥାନ୍ତି । ଯୁଦ୍ଧବାଦ୍ଯ ଓ ଶଙ୍ଖଧ୍ବନିରେ ଆକାଶ ପ୍ରକମ୍ପିତ ହୋଇ ଉଠୁଥାଏ । ଯୁଦ୍ଧ ଆରମ୍ଭ ହେବା ଉପରେ । ଅର୍ଜୁନଙ୍କ ରଥର ସାରଥୀ ରୂପେ ଶ୍ରୀକୃଷ୍ଣ ରଥ ଚାଳନା କରୁଥାନ୍ତି । ଅର୍ଜୁନ ତାଙ୍କର ଗାଣ୍ଡିବ ଧନୁ ଧରି ରଥାରୂଢ ହୋଇ ବସିଯାନ୍ତି । ଏହି ସମୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ସଖା, ଆମ ରଥକୁ ନେଇ ଦୁଇ ସେନାର ମଧ୍ୟଭାଗରେ ରଖ । ମୁଁ ଦେଖେ, କେଉଁମାନଙ୍କ ସହିତ ମୋତେ ଯୁଦ୍ଧ କରିବାକୁ ହେବ । ଅର୍ଜୁନଙ୍କ କହିବା ଅନୁଯାୟୀ ଶ୍ରୀକୃଷ୍ଣ ରଥକୁ ନେଇ ଯୁଦ୍ଧଭୂମିରେ ଦୁଇସେନାଙ୍କ ମଝିରେ ରଖିଲେ । ଅର୍ଜୁନ ନିରୀକ୍ଷଣ କରି ଦେଖିଲେ, ଶତ୍ରୁ ପକ୍ଷରେ ତାଙ୍କ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଯୁଦ୍ଧ କରିବା ପାଇଁ ଠିଆ ହୋଇଛନ୍ତି । ଏହାଛଡା ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣାଚାର୍ଯ୍ଯ ମଧ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି । ଏମାନଙ୍କୁ ଦେଖି ଅର୍ଜୁନଙ୍କର ଶରୀର ଅବଶ ହୋଇ ପଡିଲା ଓ ଦେହ ଥରିବାକୁ ଲାଗିଲା । ତାଙ୍କ ହାତରୁ ଗାଣ୍ଡିବ ଧନୁ ଖସିପଡିଲା । ତାଙ୍କ ଆଖି ଲୁହରେ ଛଳଛଳ ହୋଇ ଉଠିଲା । ସେ ଆଉ ଠିଆ ହୋଇ ରହି ପାରିଲେ ନାହିଁ । ମୁଣ୍ଡରେ ଦୁଇହାତ ଦେଇ ସେ ରଥ ଉପରେ ବସିପଡି ଶୋକାକୋଳ କଣ୍ଠରେ କହିଲେ, ହେ କୃଷ୍ଣ , ମୁଁ ଏ ଯୁଦ୍ଧରେ ଆଦୌ ଅସ୍ତ୍ର ଧରିବି ନାହିଁ । ଯେଉଁମାନଙ୍କୁ ଦେଖୁଛି , ସେମାନେ ସମସ୍ତେ ଆମରି ବନ୍ଧୁ ଓ କୁଟୁମ୍ବ । ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ମୁଁ ମାରିପାରିବି ନାହିଁ କାରଣ ସେମାନେ ମୋ ନିଜ ରକ୍ତ ସମ୍ପର୍କୀୟ କୁଟୁମ୍ବ । ସେମାନଙ୍କୁ ମାରି ମୁଁ ପାପ ଅର୍ଜନ କରିବି ନାହିଁ । ମୋର ବିଜୟ ଲୋଡା ନାହିଁ । ଏହା କହି ଅର୍ଜୁନ ନୀରବ ରହିଲେ । ଅର୍ଜୁନଙ୍କର ଏପରି ବିଚଳିତ ଅବସ୍ଥା ଦେଖି ଶ୍ରୀକୃଷ୍ଣ ବିସ୍ମିତ ହୋଇ କହିଲେ, ହେ ପାର୍ଥ , ଏ ଅସମୟରେ ତୁମର ଏ କି ହୀନ ଦଶା ହେଲା ? ତୁମେ କାପୁରୁଷଙ୍କ ପରି କଥାମାନ କ’ଣ କହୁଛ ? ଯେଉଁ ଅର୍ଜୁନ ଦ୍ରୌପଦୀଙ୍କ ସ୍ବୟଂବର କାଳରେ ନିଜର ବୀରତ୍ବ ପ୍ରଦର୍ଶନ କରି ସେଠାରେ ଉପସ୍ଥିତ ଥିବା ରାଜନ୍ଯବର୍ଗଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲେ, ଯେଉଁ ଅର୍ଜୁନ ଏକାକୀ ଯୁଦ୍ଧ କରି ଶତ୍ରୁମାନଙ୍କୁ ପରାସ୍ତ କରିବା ପରେ ରାଜା ବିରାଟଙ୍କର ଗୋଧନକୁ ମୁକୁଳାଇ ଆଣି ପାରିଥିଲେ, ଯେଉଁ ଅର୍ଜୁନ ଗୁରୁ ଦ୍ରୋଣାଚାର୍ଯ୍ଯଙ୍କର ପଟ୍ଟଶିଷ୍ଯ ରୂପେ ତାଙ୍କଠାରୁ ଅଭିନବ ଯୁଦ୍ଧ କୌଶଳ ଶିକ୍ଷା ପାଇଥିଲେ ଓ ଯେଉଁ ଅର୍ଜୁନ ଦେବାଧିଦେବ ମହାଦେବ ଓ ଦେବରାଜ ଇନ୍ଦ୍ରଙ୍କଠାରୁ ପାଇଥିବା ଦିବ୍ଯାସ୍ତ୍ର ବଳରେ କ୍ଷଣକ ମଧ୍ୟରେ ଶତ୍ରୁକୁଳକୁ ନିପାତ କରିଦେବା ପାଇଁ ଶକ୍ତି ଅର୍ଜନ କରିଛନ୍ତି, ସେ ପୁଣି ଏ ଘଡିସନ୍ଧି ମୁହୂର୍ତ୍ତରେ ଏପରି ଭୀରୁ ଓ କାପୁରୁଷଙ୍କ ପରି କଥାମାନ କହୁଛନ୍ତି କିପରି ? କ୍ରମଶଃ……

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ବିନ୍ଦୁ ମହାନନ୍ଦ

Sunil Chandra Nayak

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort