ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ଓ ଗଣତାନ୍ତ୍ରିକ ଅଧିକାର ର ସୁରକ୍ଷା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ହେବାକୁ ଆହ୍ୱାନ

ସମ୍ବିଧାନ ଓ ଗଣତାନ୍ତ୍ରିକ ଅଧିକାର ର ସୁରକ୍ଷା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ହେବାକୁ ଆହ୍ୱାନ

ରାଉରକେଲା : ସି ଆଇ ଟି ୟୁ, ଶ୍ରମିକ – କର୍ମଚାରୀ ସମନ୍ବୟ ସମିତି ( ସି ସି ୟୁ ଏ) ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବିଭିନ୍ନ ୟୁନିୟନର ଅଫିସରେ ପତାକା ଉତ୍ତୋଳନ ସଂଗଠିତ କରାଯାଇଛି। ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ ସେକ୍ଟର ୧୬ ଠାରେ ଶ୍ରମିକ ଶ୍ରେଣୀର ଲାଲ ପତାକା ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି। କେବଳ ରାଉରକେଲା ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସି ଆଇ ଟି ୟୁ ସହବନ୍ଧିତ ଖଣି ଶ୍ରମିକ, ଇସ୍ପାତ ଶ୍ରମିକ, ଠିକା ଶ୍ରମିକ, କୋଇଲା ଶ୍ରମିକ, ଶିଳ୍ପ ଶ୍ରମିକ, ଆଶା, ଅଙ୍ଗନବାଡ଼ି, ପାଚିକା, ନିର୍ମାଣ, ବ୍ୟବସାୟୀକ ପ୍ରତିଷ୍ଠାନ ର ଶ୍ରମିକ ବିଭିନ୍ନ ସ୍ଥାନରେ ଲାଲ ପତାକା ଉତ୍ତୋଳନ ଓ ସଭା ମାଧ୍ୟମରେ ଶ୍ରମିକ ଦିବସ ପାଳନ କରିଥିଲେ। ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି କହିଥିଲେ ଯେ ଶ୍ରମିକ ଶ୍ରେଣୀ ର ଓ ମାନବ ସଭ୍ୟତାର ଏକ ମାତ୍ର ବିକଳ୍ପ ହେଉଛି ସମାଜବାଦ । ମେ ପହିଲା ର ଇତିହାସ ହେଉଛି ସଂଘର୍ଷମୟ ଇତିହାସ। ଆଜିର ଦିନରେ ଶ୍ରମିକ ଶ୍ରେଣୀ ଶପଥଗ୍ରହଣ ନେବାର ଆବଶ୍ୟକତା ରହିଛି। ବିଗତ ଦିନରେ କେନ୍ଦ୍ର ସରକାର ଦେଶର ଶ୍ରମିକ, କୃଷକ ମାନଙ୍କ ବିରୋଧରେ ଯେଉଁ ଆକ୍ରମଣ କରି ଚାଲିଛି ତା ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ସେ ଆହ୍ୱାନ କରିଥିଲେ।ସି ଆଇ ଟି ୟୁ ରାଜ୍ୟ ସଂପାଦକ ବସନ୍ତ ନାୟକ,ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ରାଜ୍ୟ କମିଟି ସଦସ୍ୟ ରାଜ କିଶୋର ପ୍ରଧାନ, ,ବି ପି ମହାପାତ୍ର, ଜିଲ୍ଲା କମିଟି ନେତା ସୁରେନ୍ଦ୍ର ମହାନ୍ତି,ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା,ରତ୍ନାକର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା,ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶ୍ରମିକ, କୃଷକ ମାନଙ୍କ ବୃହତ୍ତର ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!