ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଟିକେଟ ବିକ୍ରେତାଙ୍କ ବିୟୋଗ

ବସ ଟିକେଟ ବିକ୍ରେତାଙ୍କ ବିୟୋଗ

ରାଉରକେଲା: ସେକ୍ଟର ୨ ବସଷ୍ଟାଣ୍ଡ ରେ ଥିବା ସିଟୁ ବସ ଟିକେଟ କାଉଣ୍ଟର ର ବିକ୍ରେତା ରାଜୀବ କୁମାର କରଣ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସୂଚନାଯୋଗ୍ୟ ଯେ ସବୁଦିନ ଭଳି ରାଜୀବ କାଉଣ୍ଟରରେ ବସି ଟିକେଟ କାଟୁଥିଲେ। ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ରାଜସ୍ଥାନ ସେବା ସଦନ ଓ ପରେ ଆରଜିଏଚ କୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସିଟୁ ର ବରିଷ୍ଠ ନେତା ବିଷ୍ଣୁ ମହାନ୍ତି, ବିମାନ ମାଇତି, ଅକ୍ଷୟ ମାହାତୋ,ରାଜ କିଶୋର ପ୍ରଧାନ, ଅରୁଣ ମହାରଣା, ବସନ୍ତ ନାୟକ, ସୁମନ୍ତ ବେହୁରା, ସୁରେନ୍ଦ୍ର ଦାଶ, ସଭାପତି ମୀନକେତନ ରାଉତ, ବିଭିନ୍ନ ଟିକେଟ କାଉଣ୍ଟରରୁ ଦେବେନ୍ଦ୍ର ପରିଜା, ତିରୁପତି ଡୋରା, ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଅଜୟ ଦାସ, ଓସ୍କାର କୁଜୁର, ବିକ୍ରମ ସାହୁ, ପ୍ରଶାନ୍ତ ପଣ୍ଡା, ଉମେଶ ଶରଣ, ଗଗନ ଶତପଥୀ, ଅଜୟ କୁମାର ପରିଡ଼ା, ପ୍ରଦୀପ ବଳ, ଶାନ୍ତନୁ ଦାସ,କିରଣ ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ରାଜୀବ ବାରିପଦା ର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ବାସନ୍ତୀ କଲୋନୀ ଠାରେ ରହୁଥିଲେ । ତାଙ୍କ ଅବର୍ତ୍ତମାନରେ ବିଧଵା ପତ୍ନୀ ଓ ଏକମାତ୍ର ପୁତ୍ର ଓ ବୃଦ୍ଧ ପିତାମାତା ଅଛନ୍ତି। ମୃତ୍ୟୁ ଖବର ପାଇ ବାରିପଦା ରୁ ବଡ଼ଭାଇ ରଜତ କୁମାର କରଣ,ଗୋପୀ ବଲ୍ଲଭ ପଲେଇ,ବିକାଶ ଚନ୍ଦ୍ର ପାରମହାପାତ୍ର ଓ ବସମାଲିକ ଦୀପକ ଦାସ ପ୍ରମୁଖ ଆସି ଶେଷ ଦର୍ଶନ କରିଥିଲେ। ସଚେତନ ନାଗରିକ ମଞ୍ଚର ଜଣେ ସଦସ୍ୟ ଥିବାରୁ ମଞ୍ଚର ସଭାପତି ଵିମଳ କୁମାର ବିଶି, ସାଧାରଣ ସମ୍ପାଦକ ପି ପି ରାୟ, ମୁଖପାତ୍ର କୁଞ୍ଜବିହାରୀ ରାଉତ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

masiha

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ପ୍ରସ୍ତୁତି

masiha

ଡାବୁଗାଁ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!