ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବସ୍ତା,16/02 :ବସ୍ତା ବ୍ଲକ ଅନ୍ତର୍ଗତ ମା ମନସା କ୍ଳବ ଆନୁକୂଲ୍ୟରେ ସରସ୍ବତୀ ପୂଜା 25 ବର୍ଷ ଅବସରରେ ଶୁକ୍ରବାର ନାଡବଣି ସ୍ଥିତ ଶିବ ମନ୍ଦିର ନିକଟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରି ରକ୍ତଦାତା ମାନଂକୁ ଉସ୍ତାହିତ କରିଥିଲେ l ଆଜିର ଦିନରେ ଜିଲ୍ଲା ରକ୍ତ ଭଣ୍ଡାରର ରକ୍ତ ର ଘୋର ଅଭାବ କୁ ପରିଲକ୍ଷିତ କରି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଟେକନିସିଆନ ରାଜେଶ କୁମାର ମିଶ୍ର, ପଲ୍ଲବୀ ମହାପାତ୍ର,ଶୁଚିସ୍ମିତା ଦାସ, ହେମଲତା ସେଠୀ ଓ ବିଦ୍ୟାଧର ସାହୁଙ୍କତତ୍ତ୍ୱାବଧାନରେ ରକ୍ତ ସଂଗୃହିତ ହୋଇଥିଲା l ଏହି କ୍ଳବର ସଭାପତି ସୁଶାନ୍ତ ଜେନା, ସମ୍ପାଦକ ସୁଶୀଲ ଜେନା,ସଦସ୍ୟ ଖଗେଶ୍ୱର ନାୟକ,ବଳରାମ ଜେନା, ଅନନ୍ତ ଜେନା, ରାଜେନ୍ଦ୍ର ନାୟକ, ସଞ୍ଜୟ ପ୍ରଧାନ, ସନ୍ୟାସୀ ଜେନା, ହରିହର ନାୟକ, ପ୍ରତୀକ ଜେନା, ପ୍ରଭଞ୍ଜନ ଜେନା, ସୌମ୍ୟ ରଞ୍ଜନ ଜେନା, ଓମ ଜେନା, ରାଜା ଜେନାଙ୍କ ସମେତ ସମସ୍ତ କର୍ମୀ ଶିବିର କୁ ପରିଚାଳନାରେ ସହଯୋଗ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ 

masiha

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!