ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ବୃଦ୍ଧ ମୃତ

ବାଇକ ଧକ୍କାରେ ବୃଦ୍ଧ ମୃତ

ବସ୍ତା ,୨୧।୧: ବସ୍ତା ଥାନା ଟୋଲଗେଟ ବଜାର ନିକଟରେ ବାଇକ୍ ଧକ୍କାରେ ଆଜି ଜଣେ ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ବସ୍ତା ଥାନା ଅନ୍ତର୍ଗତ ଏକତାଳି ଗ୍ରାମର ରବୀନ୍ଦ୍ର ପାଳ (୫୭)। ପ୍ରାପ୍ତ ସୂଚନା ଅନୁଯାୟୀ ସୁଶାନ୍ତ ଟୋଲଗେଟ ବଜାରରୁ ମାର୍କେଟିଂ ସାରି ଘରକୁ ଫେରୁଥିବା ବେଳେ ମାଛ ମାର୍କେଟ ନିକଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବାଇକ ଚାଳକ ଜଣକ ବାଇକଟିକୁ ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବସ୍ତା ପୁଲିସ ପହଂଚି ବାଇକକୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରାସ୍ତା ଉପରେ, ରାସ୍ତା ପାର୍ଶ୍ୱରେ ଅନାବଶ୍ୟକ ଭିଡ ଓ ବେଆଇନ ପାର୍କିଂ ପାଇଁ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଓ ବଜାର କମିଟି ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସିଂଲା ରେ ମାନବ ଅଧିକାର ଫୋରମ୍ ର ବସ୍ତା ବ୍ଲକ୍ ଶାଖା ଗଠିତ

Sunil Chandra Nayak

କିନ୍ନର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

Leave a Comment

error: Content is protected !!