ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା ଏବଂ ମହିଳା ବିଭାଗରେ ରାଇରଙ୍ଗପୁର ଚମ୍ପିୟାନ

ରାଇରଙ୍ଗପୁରରେ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା ଏବଂ ମହିଳା ବିଭାଗରେ ରାଇରଙ୍ଗପୁର ଚମ୍ପିୟାନ

 ମୟୂରଭଞ୍ଜ -୨୧/୦୧ ( ମସିହା) ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ନୂତନ ଯୁବ ପ୍ରତିଭା ତଥା ଯୁବ ମହଲରେ କ୍ରୀଡାକୁ ଲୋକପ୍ରିୟ ଏବଂ ଆକର୍ଷଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ଓଡ଼ିଶା ଦେଶକୁ ଭଲ ଭଲ ଶ୍ରେଷ୍ଠ କ୍ରୀଡା ଦେବା ପାଇ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି । ତନ୍ମଧ୍ୟରୁ ନୂଆ -ଓ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରେ ପୁରୁଷ ବିଭାଗ ଖେଳ ରାଇରଙ୍ଗପୁର ଷ୍ଟାଡିୟମରେ ଓ ମହିଳା ବିଭାଗରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମହୁଲଡିହା ଖେଳ ପଡ଼ିଆରେ ଜାନୁଆରୀ ୧୭ ରୁ ଆରମ୍ଭ ହୋଇ ଜାନୁଆରୀ ୨୧ ରେ ଉଦଯାପିତ ହୋଇଯାଇଛି ।ପୁରୁଷ ବିଭାଗରେ ପଂଜିକୃତ ୨୮ ଟି ଦଳରୁ ୨୩ ଟି ଦଳ ଅଂଶଗ୍ରହଣ କରିଥିବାଵେଳେ ମହିଳା ବିଭାଗରେ ୨୬ ଟି ଦଳରୁ ୧୭ ଟି ଦଳ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ପୁରୁଷ ବିଭାଗରେ ବାରିପଦା ଫୁଟବଲ ଟିମ୍ ଵହଳଦା ଫୁଟବଲ ଟିମ୍ କୁ ହରାଇ ଚମ୍ପିୟାନ ହୋଇଥିବାବେଳେ ମହିଳା ବିଭାଗରେ ରାଇରଙ୍ଗପୁର ଫୁଟବଲ ଟିମ୍ ରାସଗୋବିନ୍ଦପୁର ଫୁଟବଲ ଟିମ୍ କୁ ହରାଇ ଚମ୍ପିୟାନ ହୋଇଛି ।ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଭାରାପ୍ରାପ୍ତ ମ୍ୟୁନିସିପାଲଟି ଅଧିକାରୀ ରମେଶ ନାୟକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଡ଼ିଓ ପରାମର୍ଶକ୍ରମେ ଏବିଡିଓ ସୁରାଇ ମାରାଣ୍ଡି ,କନିଷ୍ଠ ଯନ୍ତ୍ରୀ ରାମ ମାଝୀ,ପଦ୍ମଲୋଚନ ପାଲ,ନମିତା ଟିପିରିଆ,ଜ୍ୟୋତିଶ୍ରୀ ବରାଳ,କନିଷ୍ଠ ଯନ୍ତ୍ରୀ ସୁଶିଲ ସିଂ,ଵୁଢାନ ହେମ୍ବ୍ରମ,ରାମ କୁମାର ଗୋପ, ରବୀନ୍ଦ୍ର ଦାସ,ରାମ କୁମାର ବଳ, ଲକ୍ଷ୍ମୀପ୍ରିୟା ବେହେରା ପରିଚାଳନାରେ ସହଯୋଗ କରିଥିଲେ ।ଚମ୍ପିୟାନ କୁ ୫୦,୦୦୦,ରନର୍ସ ଅପ୍ ଦଳକୁ ୩୦,୦୦୦ ଏବଂ ଦିତୀୟ ଦୁଇଟି ରନର୍ସ ଅପ୍ ଦଳକୁ ୨୦,୦୦୦ ଟଙ୍କା ଉଭୟ ବାଳକ ଓ ବାଳିକା ବିଭାଗରେ ଟିମକୁ ବାରିପଦାରେ ପ୍ରଦାନ କରାଯିବ ବୋଲି ବିଭାଗୀୟ ଭାରାପ୍ରାପ୍ତ କ୍ରୀଡା ଅଧିକାରୀ କୈଳାଶ ବେହେରା ସୂଚନା ଦେଇଥିଲେ ।ଖେଳ ବିବରଣୀ ଦେଉଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି,କ୍ରୀଡା ଶିକ୍ଷକ ଦୁର୍ଗା ଚରଣ ମହାନ୍ତ ଏବଂ ସ୍କୋର ଲେଖୁଥିଲେ ବୀରେନ୍ଦ୍ର ଦଳାଇ ।ରେଫେରୀ ଦାୟିତ୍ଵ ନିଭାଇଥିଲେ ରଘୁ ହାଁସଦା, ଯଶୋବନ୍ତ ମହାନ୍ତ,ସିଲୁ ମାଝୀ,ସାଗିଲ ମାଝି,କେଶବ ବେହେରା, ନିରଞ୍ଜନ ସଚେନ ସିଂଦେଓ,ରୂପ ନାରାୟଣ ମାରାଣ୍ଡି, ଲକ୍ଷ୍ମୀଧର ଵାନରା, କବିରାଜ ସୋରେନ ପ୍ରମୁଖ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

masiha

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର  ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!