ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା : – ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସବୁଠାରୁ ବୟଜ୍ୟେଷ୍ଠ ୮୮ବର୍ଷ ର ଜଣେ ସାଧାରଣ ନାଗରିକ ଶ୍ରୀଯୁକ୍ତ ଭୁବନ ପୁଟେଲ ଜାତୀୟ ପତକା ଉତ୍ତୋଳନ କରିଥିଲେ ଏବଂ ଉଦ୍‌ବୋଧନ ଦେଇଥିଲେ । ସମୂହ ଜାତୀୟ ସଂଗୀତ ଗାନ ପରେ ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ପିରାମିଡ ପ୍ରଦର୍ଶନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ କ୍ରୀଡ଼ାବିତ୍ ପ୍ରବିଣ କୁମାର ମହାନ୍ତି ,ସମାଜସେବୀ ମୀନା ବହିଦାର , ଶିକ୍ଷାବିତ କଳ୍ପନା ମିଶ୍ର,ପରିଚାଳନା କମିଟୀ ଅଧ୍ୟକ୍ଷା ମଞ୍ଜୁରୀ ନାଗ, ଉପାଧକ୍ଷ ଆଶିଷ ପଣ୍ଡା ଯୋଗଦାନ କରିଥିଲେ ଏବଂ ନିଆର ଡଙ୍ଗ ରେ ଏହି ଉତ୍ସବ ପାଳନ କରାଯାଇଥିବାରୁ ପ୍ରଧାନଶିକ୍ଷକ ଙ୍କୁ ଭୁରୀୟ ପ୍ରଶଂସା କରିଥିଲେ । ଶିକ୍ଷୟିତ୍ରୀ ପ୍ରତିଦ୍ଭା ଦାଶ ଓ କଲ୍ୟାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ଲକ୍ଷ୍ମୀ ବଗର୍ତ୍ତୀ, ସଂଯୁକ୍ତା ଦାଶ, ଜୋସ୍ନାମୟୀ ଦୋରା , ସ୍ଵଚେତା ଦାଶ, .ନିଶାମଣୀ ଦେଇ , ସଭ୍ୟା ମଞ୍ଜୁରୀ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟ କମାଣ୍ଡର ସୁଶ୍ରୀ କୌଶଲ୍ୟା ପୁଟେଲ ଙ୍କ ନାରାବାଜୀ ରେ ଗ୍ରାମ ଉତ୍ସବ ମୁଖରିତ ହୋଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

Sunil Chandra Nayak

ନୂଆପାଣିରେ କଳାବୈଶାଖୀ ଜଣଙ୍କର ମୃତ୍ୟୁ

Leave a Comment

error: Content is protected !!