ଭବାନୀପାଟଣା : – ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସବୁଠାରୁ ବୟଜ୍ୟେଷ୍ଠ ୮୮ବର୍ଷ ର ଜଣେ ସାଧାରଣ ନାଗରିକ ଶ୍ରୀଯୁକ୍ତ ଭୁବନ ପୁଟେଲ ଜାତୀୟ ପତକା ଉତ୍ତୋଳନ କରିଥିଲେ ଏବଂ ଉଦ୍ବୋଧନ ଦେଇଥିଲେ । ସମୂହ ଜାତୀୟ ସଂଗୀତ ଗାନ ପରେ ଛାତ୍ର-ଛାତ୍ରୀ ଙ୍କ ଦ୍ଵାରା ପିରାମିଡ ପ୍ରଦର୍ଶନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ କ୍ରୀଡ଼ାବିତ୍ ପ୍ରବିଣ କୁମାର ମହାନ୍ତି ,ସମାଜସେବୀ ମୀନା ବହିଦାର , ଶିକ୍ଷାବିତ କଳ୍ପନା ମିଶ୍ର,ପରିଚାଳନା କମିଟୀ ଅଧ୍ୟକ୍ଷା ମଞ୍ଜୁରୀ ନାଗ, ଉପାଧକ୍ଷ ଆଶିଷ ପଣ୍ଡା ଯୋଗଦାନ କରିଥିଲେ ଏବଂ ନିଆର ଡଙ୍ଗ ରେ ଏହି ଉତ୍ସବ ପାଳନ କରାଯାଇଥିବାରୁ ପ୍ରଧାନଶିକ୍ଷକ ଙ୍କୁ ଭୁରୀୟ ପ୍ରଶଂସା କରିଥିଲେ । ଶିକ୍ଷୟିତ୍ରୀ ପ୍ରତିଦ୍ଭା ଦାଶ ଓ କଲ୍ୟାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ଲକ୍ଷ୍ମୀ ବଗର୍ତ୍ତୀ, ସଂଯୁକ୍ତା ଦାଶ, ଜୋସ୍ନାମୟୀ ଦୋରା , ସ୍ଵଚେତା ଦାଶ, .ନିଶାମଣୀ ଦେଇ , ସଭ୍ୟା ମଞ୍ଜୁରୀ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟ କମାଣ୍ଡର ସୁଶ୍ରୀ କୌଶଲ୍ୟା ପୁଟେଲ ଙ୍କ ନାରାବାଜୀ ରେ ଗ୍ରାମ ଉତ୍ସବ ମୁଖରିତ ହୋଇଥିଲା ।
next post