ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ଅଭୟ ଜେନା

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ଅଭୟ ଜେନା 

  କଟକ : କଟକ ଜିଲ୍ଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ ସମାଜସେବୀ ଅଭୟ ଜେନାଙ୍କୁ ସାମ୍ବାଦିକତା କ୍ଷେତ୍ରରେ ନିଜର ପରାକାଷ୍ଠା ଓ ସମାଜ ସେବା ପାଇଁ “ସାମ୍ବାଦିକ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛ। ରାଜ୍ୟ ସାମ୍ବାଦିକ ସଂଘ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଓ ଆଞ୍ଚଳିକ ସମାବେଶ ପ୍ରତାପନଗରୀ ଧାକୁଲେଇ ମଣ୍ଡପରେ ଜିଲ୍ଲା ସଭାପତି ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର,ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧନେ”ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସଂଗଠକ ହରିବନ୍ଧୁ ଶତପଥୀ, ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ଯକ୍ଷ ଗଗନବିହାରୀ ସାହୁ ଯୋଗଦେଇ ଶ୍ରୀଯୁକ୍ତ ଜେନା ଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ମାନପତ୍ର ପ୍ରଦାନକରି “ସାମ୍ବାଦିକ ରତ୍ନ “ସମ୍ମାନରେ ସମ୍ମାନିତ କରିଥିଲେ l ଉତ୍ସବ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୁଇ ଶହ ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘ ର ଜିଲ୍ଲା ସାଧାରଣ ସଂପାଦକ ଶିଶିର କୁମାର ଦାଶ ପରିଚାଳନା କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ବାରିପଦା ଠାରେ 77ତମ ସ୍ୱାଧୀନତା ଦିବସ -2023 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Senior Journalist Bulei Behera awarded

masiha

Leave a Comment

error: Content is protected !!