ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା; ସିଆଇଟିୟୂ ସମ୍ମୀଳନୀ ଗୃହରେ ଅଖିଳ ଭାରତ ମହିଳା ସମିତି ଆନୁକୁଲ୍ୟରେ ବିଶ୍ବ ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

କୋଇଡା; ସିଆଇଟିୟୂ ସମ୍ମୀଳନୀ ଗୃହରେ ଅଖିଳ ଭାରତ ମହିଳା ସମିତି ଆନୁକୁଲ୍ୟରେ ବିଶ୍ବ ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

କୋଇଡା- ୮/୦୩ // ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଖଣିଖାଦାନ ପ୍ରାଚୁର୍ଯ୍ଯ ଭରା କୋଇଡା ବ୍ଳକର ସଦର ମହକୁମା କୋଇଡା ସ୍ଥିତ ସିଆଇଟିୟୂ ସମ୍ମିଳନୀ ଗୃହରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଆନୁକୁଲ୍ୟରେ ବିଶ୍ଵ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଆଜି ମାର୍ଚ୍ଚ ୮ ତାରିଖ ସାରା ବିଶ୍ଵରେ ଲୀଙ୍ଗଗତ ସମାନତା ପାଇଁ କୋଣେ ଅନୁକୋଣେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ କଳା କାରଖାନା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଳରେ ବିଶ୍ବ ମହିଳା ଦିବସ ପାଳନ କରାଯାଉଛି ।କୋଇଡାରେ ଆଜିମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ବଣେଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ପ୍ରଭାତ ରଞ୍ଜନ ପଣ୍ଡା, ମୁଖ୍ୟ ବକ୍ତା କୋଇଡା ସ୍ନାତକ ବିଦ୍ୟାଳୟର ଇତିହାସ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ, ଶିକ୍ଷୟତ୍ରୀ ରଞ୍ଜିତା ବିଶ୍ବାଳ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମଞ୍ଜୁଲତା ପଟ୍ଟନାୟକ , ସମାଜସେବୀ ଅଵୋକ ସାମଲ,ଜନ ଡୁନଡୁନ,ସମାଜସେବୀକା ରୀନାରାଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ କହିଥିଲେ ମହିଳାମାନଙ୍କ ବିନା ସୃଷ୍ଟି ଅସମ୍ଭବ ।ସ୍ଵାଧୀନତାର ଦିର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ବ ହେବ ଆଜିଯାଏଁ ମହିଳାମାନେ ସଂପୁର୍ଣ୍ଣ ସ୍ଵାଧୀନତା ବଂଚିତ । ସେମାନେ ଆଜି ମଧ୍ୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରରୁ ବିଭିନ୍ନ କ୍ଷେତ୍ରରେ ବଞ୍ଚିତ କରାଯାଉଛି । ମହିଳାମାନେ ଆଜି ସୁରକ୍ଷିତ ନୁହନ୍ତି । ଗାନ୍ଧୀଜୀ କହିଥିଲେ ଯେଉଁ ଦିନ ମଧ୍ୟ ରାତିରେ ଜଣେ ନାରୀ ଏକାକୀ ରାଜ ରାସ୍ତାରେ ନିର୍ଭୟରେ ଯାଇ ପାରିବ ସେଦିନ ମହିଳା ମାନଙ୍କୁ ପ୍ରକୃତ ସ୍ବାଧୀନତା ମିଳିଲା ବୋଲି କହି ପାରିବା ।ଖଣି ଖାଦାନ, ବେସରକାରୀ କାର୍ଯ୍ୟାଳୟରେ ମହିଳା ମାନଙ୍କୁ ସମାନ କାମକୁ ସମାନ ଦରମା ଓ ସାମାଜିକ ସୁରକ୍ଷା ମିଳୁନାହିଁ ।ଯିଏ ପାଟି ଫିଟାଇବ ତା’ର ପରଦିନ ତାର ଚାକିରୀ ନ ଥିବ । ବିଭିନ୍ନ କର୍ମ କ୍ଷେତ୍ର ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳାମାନେ ଅସୁରକ୍ଷିତ ,ଶୋଷିତ ଓ ଯୌନ ଶୋଷରେ ଶିକାର ହେଉଛନ୍ତି ।ଏବେବି ମହିଳା ମାନେ ସ୍ଵାସ୍ଥ୍ୟ, ଶିକ୍ଷା ରୁ ଅବହେଳିତ । ତେଣୁ ସମୟ ଆସିଛି ମହିଳାମାନେ ନିଜର ମୌଳିକ ଅଧିକାର ଓ ସାମ୍ବିଧାନିକ ଅଧିକାର କୁ ନେଇ ସଂଗ୍ରାମ କରିବା ଉଚିତ । ମହିଳାମାନେ ଶିକ୍ଷିତ ହୋଇ ନିଜର ଅଧିକାର ଉପରେ ସଚେତନ ହେବା ଦରକାର । ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ଓ ମୂଲ୍ୟ ମିଳିବା ଉଚିତ ।ନାରୀ ହେଉଛି ଦେଶର ପ୍ରଗତିର ଚାବିକାଠି ।ନାରୀ ସୁରକ୍ଷିତ,ଶିକ୍ଷିତ,ଆତ୍ମ ନିର୍ଭରଶୀଳ ହେଲେ ପରିବାର,ସମାଜର ଓ ଦେଶର ପ୍ରଗତି ରଥର ସାରଥି ହେବ ।ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କ ମଧ୍ୟରେ ଖେଳ,କୁଦ ,ଓ ବିଭିନ୍ନ ପ୍ରତି ଯୋଗୀତଗ ଆୟୋଜିତ ହୋଇଥିଲା । ଅତିଥି ଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ୩୦୦ ରୁ ଉର୍ଦ୍ଧ୍ବ ମହିଳା,ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।କୋଇଡା ଭଳି ଏକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଆନୁକୁଲ୍ୟରେ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

masiha

ଇସ୍ପାତ ମାର୍କେଟ ବ୍ୟବସାୟୀ ସଂଘ ତରଫରୁ କନିକା ପ୍ରସାଦ ବିତରଣ 

Sunil Chandra Nayak

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

masiha

Leave a Comment

error: Content is protected !!