ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବାସାହେବ ଥିଲେ ସମଗ୍ର ବିଶ୍ବର ଆଲୋକବର୍ତ୍ତିକା ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଓ ଭବ୍ୟ ସମାରୋହ

ଲାଞ୍ଜିଗଡ଼,୧୪/୦୪(ମନିସ)-ବିଭିନ୍ନ ପ୍ରତିକୁଳ ପରିସ୍ଥିତିରେ ରହି ଶିକ୍ଷା ଗ୍ରହଣ ଓ ଜ୍ଞାନ ଅର୍ଜନ କରିବା ସହିତ ବିଶ୍ବର ସର୍ବ ବ୍ରୁହତ ଗ୍ରନ୍ଥ ସମ୍ବିଧାନ ଲେଖି ଭାରତର ଦଳିତ, ନିଷ୍ପେସିତ, ବଞ୍ଚିତ ତଥା ମହିଳାଙ୍କ ସମେତ ଦେଶର ସବୁ ବର୍ଗ ଓ ଶ୍ରେଣୀଙ୍କୁ ସାମାଜିକ ସମାନତା ଓ ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଶ୍ବରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର କେବଳ ଭାରତ ନୁହଁନ୍ତି ସମଗ୍ର ବିଶ୍ବର ଆଲୋକ ବର୍ତ୍ତିକା ଥିଲେ ! ଜଣେ ରାଜନୀତିଜ୍ଞ, ଜଣେ ବିଚକ୍ଷଣ ଅର୍ଥଶାସ୍ତ୍ରୀ, ଜଣେ ବିଶିଷ୍ଟ ଆଇନ ବିଶାରଦ ଭଳି ବିଶ୍ବସ୍ତରୀୟ ପ୍ରତିଭାର ଧନୀ ବାବାସାହେବଙ୍କ ନୀତି ଓ ଆଦର୍ଶ କାଳଜୟୀ ଏବଂ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ସହିତ ଶିକ୍ଷିତ ହେବା, ସଂଘର୍ଷ କରିବା ଓ ସଂଗଠିତ ହେବା ଭଳି ମହାମନ୍ତ୍ରରେ ସମସ୍ତେ ଉଦବୁଦ୍ଧ ହେବାର ସମୟ ଆସିଛି ବୋଲି ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଚ ଫେଡେରେସନ, ଲାଞ୍ଜିଗଡ଼ ବ୍ଲକ ଶାଖା ପକ୍ଷରୁ ଆୟୋଜିତ ଜନ୍ମଜୟନ୍ତୀ ସମାରୋହର ଅବ୍ୟବହିତ ପୂର୍ବରୁ ବିଶ୍ବନାଥପୁର କଲେଜ ଛକରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ବ୍ଲକ ଛକରେ ପହଞ୍ଚିଥିଲା ! ଶୋଭାଯାତ୍ରାରେ ଲାଞ୍ଜିଗଡ଼ ବ୍ଲକର ୨୬ଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ ! ଏଇ ଶୋଭାଯାତ୍ରା ବ୍ଲକ ଛକରେ ପହଞ୍ଚିବା ପରେ ସେଠାରେ ସ୍ଥାପିତ ବାବା ସାହେବଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା, ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଓ ଆଲୋଚକ ଭାବେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିଲେ ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍, ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିଶଙ୍କର ପାତ୍ର, ପୁଲିସ ଅଧିକାରୀ ବୁଦ୍ଧରାମ ମାଝୀ, ଫେଡେରେସନର ବ୍ଲକ କାର୍ଯ୍ୟକାରୀ ସଭାପତି ହରିହର କୁମାର, ବ୍ଲକ ଯୁବ ସଭାପତି ସୁବାସ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ ! ଫେଡେରେସନର ସକ୍ରିୟ ସଦସ୍ୟ ସୁଶୀଲ କୁମାର ବାଗ ଓ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିବାବେଳେ ପଠାଣୀସାମନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ! ଏଇ ଅବସରରେ ଫେଡେରେସନର ବିଭିନ୍ନ ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ସହିତ ଗ୍ରାମାଞ୍ଚଳରେ ଆମ୍ବେଦକରବାଦୀ ଚିନ୍ତାଧାରାର ପ୍ରସାର ପ୍ରଚାର କରିବା ଦିଗରେ ଅଗ୍ରଣୀ ଭୂମିକା ତୁଲାଉଥିବା ବ୍ଲକ ଯୁବ ଉପସଭାପତି ମୂରଲୀ ନାଏକ, ସତ୍ୟ ନାଏକ, ସୁଦର୍ଶନ ଗରଡିଆ, ଅକ୍ରୁର ତାଣ୍ଡି, ଦାଶରଥୀ ତାଣ୍ଡି, ଗୁଣନିଧି ଛତ୍ରିଆ, ସୁବାସ ହିଁଆଲ, ଜଗତ ନାଏକ, ଘାସିରାମ ବାଗ, ଅକ୍ଷୟ କୁମାର ନାଏକ, ଦେବରାଜ ସୁନାନୀ, ମାଁ ଠାକୁରାଣୀ ଯୁବକ ସଂଘ ସମେତ ସାମ୍ବାଦିକ ସନ୍ତୋଷ କୁମାର ତୁଳ, ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ସଭା ପ୍ରାରମ୍ଭରେ ଫେଡେରେସନର ଉପଦେଷ୍ଟା ମନୋହର ହରପାଲଙ୍କ ମାତ୍ରୁ ବିୟୋଗ ଏବଂ ମିଶନ ଅଗଷ୍ଟ-୧୫ର କାର୍ଯ୍ୟକାରୀ ସଦସ୍ୟ ତରୁଣ କୁମାର ଦାସଙ୍କ ପିତ୍ରୁ ବିୟୋଗରେ ଶୋକପ୍ରକାଶ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ! ଆଜିର ଶୋଭାଯାତ୍ରାରେ ଶାନ୍ତିଶ୍ରୁଙ୍ଖଳା ରକ୍ଷା ପାଇଁ ବିଶ୍ବନାଥପୁର ପୁଲିସ ପକ୍ଷରୁ ଏଏସ୍ଆଇ ବୁଦ୍ଧରାମ ମାଝୀ, ଏଏସ୍ଆଇ ବୁଦ୍ଧେଶ୍ୟାମ ମାଝୀଙ୍କ ନେତ୍ରୁତ୍ବରେ ପୁଲିସ ବାହିନୀ ନିୟୋଜିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଦାସୀଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ.

masiha

ଜି-୨୦ ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା

Leave a Comment

error: Content is protected !!