ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

“ମ୍ୟାଲେରିଆକୁ ହରାଇବା ଆମ ହାତରେ” ଶୀର୍ଷକରେ ପାଳିତ ହେଲା ବିଶ୍ୱ ମ୍ୟାଲେରିଆ ଦିବସ 

ବ୍ରହ୍ମପୁର,ତା ୨୬/୦୪ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ କୁକୁଡାଖଣ୍ଡିର ପ୍ରାଣୀ ବିଜ୍ଞାନ ବିଭାଗରେ ବିଶ୍ୱ ମ୍ୟାଲେରିଆ ଦିବସ ଏବଂ ଜାତୀୟ ଡି.ଏନ୍.ଏ ଦିବସ ପାଳିତ ହୋଇଯାଇଛି । ଦୀପ ପ୍ରଜ୍ବଳନ କରି ପରିବେଶକୁ ସକାରାତ୍ମକ କରାଯାଇଥିଲା। ପ୍ରତିବର୍ଷ ବିଶ୍ୱ ମାଲେରିଆ ଦିବସ ଆମକୁ ଏହି ରୋଗ ବିରୋଧରେ ଲଢ଼ିବା ପାଇଁ ସଚେତନ କରେ । ମାଲେରିଆ ମାତ୍ର ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମୁଦାୟର ସ୍ୱାସ୍ଥ୍ୟ ସହ ଜଡିତ। ତେଣୁ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ମଶାର ବିକାଶକୁ ରୋକିବା ଓ ନିଜ ପରିବେଶକୁ ସଫା ରଖିବା। ଯଦି ଆମେ ସମୟରେ ସତର୍କ ହେବା, ତେବେ ମାଲେରିଆକୁ ନିଶ୍ଚିତ ଭାବରେ ହରାଇ ପାରିବା ।ରୋଗକୁ ରଖିବା ପାଇଁ କେଉଁ ଭଳି ସ୍ୱଚ୍ଛତା ପରିବେଶ ଓ ନିଜେ କିପରି ସୁରକ୍ଷା ବଜାଇ ରଖିବା ସେହି ବିଷୟରେ ପ୍ରଥମେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର. କେ. କ୍ରିଷ୍ଣା ରାଜୁ ପାତ୍ର କିଛି ସନ୍ଦେଶ ମୂଳକ ବାର୍ତ୍ତା ପ୍ରଦାନ କରି ଛାତ୍ର ଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ।ଯୁକ୍ତ ୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀମାନେ ରୋଗର ଲକ୍ଷଣ ତାହାର ସୁରକ୍ଷା ବିଷୟରେ ଏବଂ ଡି.ଏନ୍.ଏର ସକାରାତ୍ମକ ଚିନ୍ତାଧାରା ଉପରେ ପୃଥ୍ୱୀରାଜ ସ୍ୱାଇଁ, ପ୍ରଣିତା କୁମାରି ବେହେରା ଓ ଶୁଭମ ପ୍ରଧାନ ସନ୍ଧର୍ବ ପାଠ କରିଥିଲେ। ଯାହାକି ମନୁଷ୍ୟ ଜୀବନର ସୁରକ୍ଷା କବଚ ହେବ। ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରେ ‘ଡିଏନଏ ଦିବସ’ ପାଳନ କରାଯାଏ, ଯାହା ମାନବ ଜୀବନର ମୌଳିକ ଗଠନ ଓ ବିଜ୍ଞାନୀୟ ଉନ୍ନତିକୁ ସ୍ମରଣ କରାଏ । ଡିଏନଏ (Deoxyribonucleic Acid) ହେଉଛି ଆମ ଶରୀରର ସମସ୍ତ ଜୀବ କ୍ରିୟାର ନିୟନ୍ତ୍ରକ, ଯାହା ଜୀବର ବୃଦ୍ଧି, ବିକାଶ ଓ ବଂଶାନୁକ୍ରମକୁ ନିର୍ଦ୍ଦେଶ କରେ। ଏହି ଦିନଟି ଆମକୁ ବିଜ୍ଞାନର ଗୁରୁତ୍ୱ ବୁଝିବା ସହିତ ଜୀବ ବିଜ୍ଞାନର ନୂତନ ଆବିଷ୍କାର ପ୍ରତି ଆଗ୍ରହୀ କରେ। ଆସନ୍ତୁ, ଏହି ଅବସରରେ ଆମେ ଜୀବ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା ଓ ଭବିଷ୍ୟତର ବୈଜ୍ଞାନିକ ଉନ୍ନତି ପାଇଁ ପ୍ରେରିତ ହେବା । ବଂଶାନୁକ୍ରମ ସମ୍ବନ୍ଧୀୟ ଏକ ପୁସ୍ତକ ବିଭାଗୀୟ ଗନ୍ତାଘରକୁ ପ୍ରଦାନ କରାଯାଇଥିଲା।ରୋଗର ଉପଚାର ଓ ନିରାକରଣ ଉପରେ ଛାତ୍ର ଛାତ୍ରୀ କେଦାର ସେଠି, ରାଧିକା ଅଚାରୀ, ବୈଷ୍ଣବି ଜେନା, ସ୍ମୁତି ସଡ଼ଙ୍ଗୀ, ସ୍ମୃତି ସାହୁଙ୍କ ଦ୍ୱାରା ଏକ ଶିକ୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା।ବିଭାଗୀୟ ମୁଖ୍ୟ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜଣାଇଥିଲେ। ସନ୍ଧ୍ୟା ପ୍ରଧାନଙ୍କ ସହ ଅନ୍ୟ ଛାତ୍ର ଛାତ୍ରୀ ଶପଥ ପାଠ କରିଥିଲେ।ଆଲୋଚନା ଚକ୍ର ସମାପ୍ତ ହୋଇଥିଲା ।

Related posts

ବନ୍ଧୁଗାଁରେ ବିଶାଖାପାଟଣା ଓମନି ଆର କେ ହସପିଟାଲର ବିଶେଷଜ୍ଞ ଡାକ୍ତର କଲେ ରୋଗୀ ସେବା

Sunil Chandra Nayak

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

Leave a Comment

error: Content is protected !!