ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୬ ତାରିଖ : ସୃଜନଶୀଳତାର ସମ୍ମାନ ଓ ଦାୟିତ୍ୱଶୀଳ ଜୀବନଚର୍ଯ୍ୟା 

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୬ ତାରିଖ : ସୃଜନଶୀଳତାର ସମ୍ମାନ ଓ ଦାୟିତ୍ୱଶୀଳ ଜୀବନଚର୍ଯ୍ୟା 

 ଡ଼ା. ଦେବୀ ପ୍ରସାଦ ମିଶ୍ର,

କାଳର କପାଳରେ ଇତିହାସ ସଦାବେଳେ ଏକ ନୂତନ ସ୍ୱାକ୍ଷର ଆଙ୍କିଥାଏ,ଏକ ନୂତନ ଅଧ୍ୟାୟ ଲେଖି ଥାଏ।ଆଜି ଏପ୍ରିଲ୍ ୨୬ ତାରିଖ,ବିଶ୍ୱ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ।ଆଜିର ଦିନଟି ମୁଖ୍ୟତଃ “ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ” ଭାବେ ପାଳିତ ହେଉଛି।ମଣିଷର ନିଜସ୍ୱ ଚିନ୍ତାଧାରା,ନୂତନ ଉଦ୍ଭାବନ ଓ ସୃଜନଶୀଳତାକୁ ସମ୍ମାନ ଜଣାଇବା ଏହି ଦିବସର ମୂଳ ଲକ୍ଷ୍ୟ।ମଣିଷର ପ୍ରକୃତ ସମ୍ପଦ ହେଉଛି ତାହାର ଚିନ୍ତନଶକ୍ତି,ସୃଜନଶୀଳତା ଓ ନବ ଉଦ୍ଭାବନର କ୍ଷମତା।ଏହା କେବଳ ଆଇନଗତ ସୁରକ୍ଷାର ଅଭିଧାନ ନୁହେଁ,ବରଂ ମାନବ ମନର ଉନ୍ନତିର ଏକ ପ୍ରତୀକ।ବିଶ୍ୱ ପରିପ୍ରେକ୍ଷୀରେ ଦେଖିଲେ,୧୯୮୬ ମସିହା ଆଜିର ଦିନରେ ୟୁକ୍ରେନର ଚେର୍ଣ୍ଣୋବିଲ୍ ପରମାଣୁ ଦୁର୍ଘଟଣା ଘଟିଥିଲା,ଯାହା ମାନବ ସମାଜକୁ ବିଜ୍ଞାନର ଭୟାବହତା ବିଷୟରେ ସତର୍କ କରାଇଥିଲା।ଏହି ଦିନଟି ଆମକୁ ଗୋଟିଏ ଗଭୀର ସତ୍ୟର ସମ୍ମୁଖୀନ କରାଏ ତାହା ହେଲା ଚେର୍ଣ୍ଣୋବିଲ୍ ପରମାଣୁ ବିପର୍ଯ୍ୟୟ।ଏହି ଘଟଣାକୁ ସ୍ମରଣ କରି ଆଜି ‘ଆନ୍ତର୍ଜାତୀୟ ଚେର୍ଣ୍ଣୋବିଲ୍ ବିପର୍ଯ୍ୟୟ ସ୍ମୃତି ଦିବସ’ ମଧ୍ୟ ପାଳନ କରାଯାଏ।ବିଜ୍ଞାନ ଯେଉଁଠାରେ ଆଶୀର୍ବାଦ,ସେଠାରେ ଅସାବଧାନତା ଓ ଅନିୟନ୍ତ୍ରିତ ପ୍ରୟୋଗ ତାହାକୁ ଅଭିଶାପରେ ପରିଣତ କରିପାରେ। ଏହି ଦୁଃଖଦ ଘଟଣା ଆମକୁ ସତର୍କ କରେ ଯେ, ଉନ୍ନତି ସହିତ ଦାୟିତ୍ୱବୋଧ ଅତ୍ୟାବଶ୍ୟକ।ବିଜ୍ଞାନ ଓ ଜ୍ଞାନର ଶାଖା ସମ୍ପର୍କରେ ଅନୁଶୀଳନ କଲେ,୧୯୨୦ ମସିହାରେ ଆଜିର ଦିନରେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ହାର୍ଲୋ ଶାପଲେ ଏବଂ ହେବର କର୍ଟିସଙ୍କ ମଧ୍ୟରେ ବ୍ରହ୍ମାଣ୍ଡର ଆକାରକୁ ନେଇ “ମହାନ୍ ବିତର୍କ” ଅନୁଷ୍ଠିତ ହୋଇଥିଲା,ଯାହା ମହାକାଶ ବିଜ୍ଞାନକୁ ଏକ ନୂଆ ଦିଗ ଦେଇଥିଲା।

ଭାରତୀୟ ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଆଜିର ଦିନଟି ଅତ୍ୟନ୍ତ ସ୍ମରଣୀୟ।ବିଶିଷ୍ଟ କ୍ରାନ୍ତିକାରୀ ହରି ଗୋପାଳ ବଲ୍‌ଙ୍କ ଜନ୍ମଦିନ ମଧ୍ୟ ଆଜି।ଏହା ସଭିଁଙ୍କ ମନରେ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ଓ ଆତ୍ମବଳିଦାନର ସ୍ମୃତି ଜାଗ୍ରତ କରେ।

ସେହିପରି ଓଡ଼ିଶା କ୍ଷେତ୍ରରେ ଆଜି ହେଉଛି ଓଡ଼ିଶାର ବରପୁତ୍ର,ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୁଣ୍ୟତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳିର ପର୍ବ।ସେ ତାଙ୍କର ସରଳ ଜୀବନଯାପନ ଓ ସମାଜସେବା ପାଇଁ ଅବିସ୍ମରଣୀୟ।ସରଳତା,ନିଷ୍ଠା ଓ ସେବାଭାବର ଯେଉଁ ଆଦର୍ଶ ସେ ଦେଇଥିଲେ,ତାହା ଆଜିର ପିଢ଼ୀ ପାଇଁ ସଦା ସର୍ଵଦା ଅନୁକରଣୀୟ।

ଆଜିର ଏହି ଶୁଭ ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ ଯେ,ଆମେ ନିଜର ବୌଦ୍ଧିକ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରିବା ଏବଂ ପରିବେଶ ସୁରକ୍ଷା ପ୍ରତି ସଚେତନ ରହିବା। ପୂଜ୍ୟପୂଜା ସଂସ୍କୃତିକୁ ବଞ୍ଚାଇ ରଖିବା ହିଁ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି।ଏହି ଦିନ ଆମକୁ ଦୁଇଟି ଶିକ୍ଷା ଦେଇଥାଏ।ତାହା ହେଲା ସୃଜନଶୀଳତାର ସମ୍ମାନ ଓ ଦାୟିତ୍ୱଶୀଳ ଜୀବନଚର୍ଯ୍ୟା।ଆମେ ସମସ୍ତେ ଯଦି ନିଜ ଜ୍ଞାନକୁ ସଦ୍ଉପଯୋଗ କରି ପରିବେଶ ଓ ସମାଜର ମଙ୍ଗଳରେ ଲାଗିପଡ଼ିବା,ତେବେ ସେହି ହେବ ଏହି ଦିନର ପ୍ରକୃତ ସାର୍ଥକତା।

   ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ନାରୀ ସଶକ୍ତିକରଣ ଉଦାହରଣ ସରଳା ଦେବୀ

Sunil Chandra Nayak

“‘ମୁଁ କ୍ଲାନ୍ତ’—ଏକ ବାକ୍ୟ ଯାହା ରାଜନୀତିକୁ ଆଇନା ଦେଖାଇଲା”

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୬ ତାରିଖ : ନେତାଜୀ ସୁଭାଷ ବୋଷ,ଆଜାଦ୍ ହିନ୍ଦ୍ ରେଡିଓ, ଲୁଇ ପାଶ୍ଚର, ଜଳାତଙ୍କ,ବିଶ୍ୱ ଜୁନୋସିସ୍ ଦିବସ

Leave a Comment

error: Content is protected !!