ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ = ଆଚାର୍ଯ୍ୟ ହରିହର ଦାସ ସ୍ମରଣେ

ଆଚାର୍ଯ୍ୟ ହରିହର ଦାସ ସ୍ମରଣେ

ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡରେ ପୁରୀ ଜିଲ୍ଲା | ସେହି ଜିଲ୍ଲାରେ ସାକ୍ଷୀଗୋପାଳ ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମ | ଶ୍ରୀ ମହାଦେବ ବ୍ରହ୍ମା ଓ ଶ୍ରଦ୍ଧାଦେବୀଙ୍କ କୋଳମଣ୍ଡନ କରିଥିବା ଜ୍ୟେଷ୍ଠ ପୁତ୍ର ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସେହି ଗାଁରେ। 

  ସେଇ ଯୋଗଜନ୍ମା ଯୁଗପୁରୁଷ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ବକୁଳବନର ଅନ୍ୟତମ ନିଃସ୍ୱାର୍ଥପର ସେବକ ।   

   ଶୈଶବ କାଳରୁ ହରିହର ଜଣେ ଅସାଧାରଣ ଧୀଶକ୍ତି ବିଶିଷ୍ଟ ଛାତ୍ର ଥିଲେ। ଏଫ. ଏ. ପଢ଼ିଲା ବେଳେ ଗୋପବନ୍ଧୁ ଦାସଙ୍କ ସହ ଗୋଟିଏ କୋଠରୀରେ ରହୁଥିବା ବେଳେ ତାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଦେଶକୁ ସ୍ୱାଧୀନ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

   ରେଭେନସାରେ ପଢ଼ୁଥିବା ସମୟରେ ହିଁ ଦିନେ ଗୋପବନ୍ଧୁଙ୍କ ଘର ନିକଟବର୍ତ୍ତୀ ଭାର୍ଗବୀ ନଦୀ କୂଳରେ ବସି ଜ୍ଞାନ ଅର୍ଜନ ପାଇଁ ପାଠ ପଢ଼ିବେ ଏବଂ ନିଜ ସ୍ୱାର୍ଥ ପାଇଁ ସରକାରୀ ଚାକିରୀ କରିବେ ନାହିଁ ବୋଲି ତାଙ୍କ ଦଦେଇ ପୁଅ ଭାଇ ନୀଳକଣ୍ଠ, ଅନନ୍ତ ମିଶ୍ର ଓ ଗୋପବନ୍ଧୁଙ୍କ ସହ ମିଶି ସ୍ଥିର କରିଥିଲେ। ବି.ଏ. ପାସ ପରେ ଗୋପବନ୍ଧୁଙ୍କ ପରାମର୍ଶରେ କଲିକତାରେ ଓକିଲାତି ପଢ଼ା ଶେଷ କରିଥିଲେ ହେଁ ଏହି ବ୍ୟବସାୟ ସତ୍ୟ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ନୁହେଁ ହୃଦୟଙ୍ଗମ କରି ସେ ଶେଷ ପରୀକ୍ଷା ନଦେଇ ଘରକୁ ଫେରି ଆସିଥିଲେ । ଆଚାର୍ଯ୍ୟ ହରିହର ଦାସ ଅନେକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ଆଉ ନିଜର ସରଳ ନିଷ୍କପଟ ବ୍ୟବହାର, ଆଦର୍ଶ ଚରିତ୍ର ତଥା ବିନମ୍ରତା ଯୋଗୁଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ୧୯୦୯ ମସିହାରେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ସତ୍ୟବାଦୀ ବନବିଦ୍ୟାଳୟରେ ହରିହର ୧୯୧୨ ମସିହାରେ ଯୋଗଦାନ କରିଥିଲେ।

 ପିଲାମାନଙ୍କର ଇଂରାଜୀ ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ତାଙ୍କ ରଚିତ “Child’s Easy First Grammar” ପୁସ୍ତକ ଛାତ୍ର ମାନଙ୍କର ପଥପ୍ରଦର୍ଶକ ହୋଇଥିଲା । 

 ସେ ଦେଶ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିଲେ। ସେ ବିଧବାଶ୍ରମ ପ୍ରତିଷ୍ଠା, ୧୯୨୮ରେ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ଗୋପବନ୍ଧୁ ସେବା ସଦନର ମୁଖ୍ୟ ପରିଚାଳକ, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ କଟକର ସ୍ୱରାଜ ଆଶ୍ରମରେ କର୍ମୀମାନଙ୍କୁ ତାଲିମ ଦେବା ପରେ ନିଜେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୩୦ରେ ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହରେ ନେତୃତ୍ୱ ନେଇ କାରାବରଣ, ଓଡ଼ିଶା ପ୍ରାଦେଶିକ ସମର କମିଟିର ଅଧ୍ୟକ୍ଷ, ପୁରୀର ଡେଲାଙ୍ଗ ଠାରେ ଗାନ୍ଧୀ ସେବା ସଂଘ ଅଧିବେଶନର ପରିଚାଳନା, ଯାଜପୁରର ବାରୁଆଁ ପୁରୁଷୋତ୍ତମପୁର ଠାରେ ଗାନ୍ଧିଜୀଙ୍କ ଛୁଆଁ ଅଛୁଆଁ ଭେଦଭାବ ଦୂରୀକରଣ ଆଦର୍ଶରେ ଅନୁପ୍ରାଣିତ ହୋଇ ହରିଜନ ସେବା ସଂଘର ସଭାପତି, ମୌଳିକ ଶିକ୍ଷା ପରିଷଦର ସଭାପତି, ୧୯୪୨ରେ ଗୋପବନ୍ଧୁ ଚୌଧୁରୀ, କୃପାସିନ୍ଧୁ ହୋତାଙ୍କ ସହ ମିଶି ଭାରତଛାଡ଼ ଆନ୍ଦୋଳନ ପାଇଁ କାରାବରଣ ପରେ ଆଚାର୍ଯ୍ୟ ମହାଶୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିଲେ ଓ ସେବାମୂଳକ କାମରେ ମନନିବେଶ କେଇଥିଲେ । ସ୍ୱାଧୀନତା ପରେ ମଧ୍ୟ ଗାଁ ଗାଁ ବୁଲି ଖଦୀ କାମ, ଅସ୍ପୃଶ୍ୟତା ନିବାରଣ, ମୌଳିକ ଶିକ୍ଷାର ପ୍ରସାର କାର୍ଯ୍ୟରେ ଲାଗିଥିଲେ ।୧୯୫୫ ମସିହାରେ ବିନୋବାଜୀଙ୍କ ସହ ପଦଯାତ୍ରା, ୧୯୬୦ ମସିହାରେ ସେବାଗ୍ରାମରେ ଅନୁଷ୍ଠିତ ସର୍ବୋଦୟ ସମ୍ମିଳନୀରେ ସଭାପତିତ୍ୱ କରିବା ତାଙ୍କ ସମାଜ ସଂସ୍କାରମୂଳକ କାର୍ଯ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା । ଆଜୀବନ କେବେ ସମ୍ମାନ ଗ୍ରହଣ କରିନଥିବା ତଥା “ଭଲ ମଣିଷ ହୁଅ” କହୁଥିବା ପଞ୍ଚସଖାର ଶେଷସଖା ଆଚାର୍ଯ୍ୟ ହରିହର ୧୯୭୧ ମସିହା ଫେବୃୟାରୀ ୨୧ ତାରିଖରେ ଧରା ପୃଷ୍ଠରୁ ଚିର ବିଦାୟ ନେଇଥିଲେ । ଯୋଗଜନ୍ମା ମହାପୁରୁଷ ଆଚାର୍ଯ୍ୟ ହରିହରଙ୍କ ମହାପ୍ରୟାଣ ତିଥିରେ ମୋର (ଚିତ୍ତ ରଂଜନ ନନ୍ଦ) ପ୍ରଣାମ।

                       ଚିତ୍ତ ରଞ୍ଜନ ନନ୍ଦ

                                 ଜଗତପୁର, କଟକ

 

Related posts

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ନାରୀ ସଶକ୍ତିକରଣ ଉଦାହରଣ ସରଳା ଦେବୀ

Sunil Chandra Nayak

ଆଜି ଜାତୀୟ କୃଷକ ଦିବସ

masiha

ବନଲକ୍ଷ୍ମୀ ମହାନ୍ତି ଙ୍କ ପ୍ରବନ୍ଧ = ଶହୀଦ୍ ରଘୁ ଦିବାକର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort