ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ 

ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ 

ଲାଞ୍ଜିଗଡ,୨୮/୦୪(ମନିସ)-ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ନର୍ଲା ପୁଲିସ ପକ୍ଷରୁ ଆଜି ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଂଚାୟତ ମଧୁପୁର, ରାମଚନ୍ଦ୍ରପୁର ଓ ଗୋପାଳପୁରଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସଆଇ କୃତ୍ତିବାସ ପୂଜାରୀ, ବିଳାସିନୀ ଭୋଇ, ଏଏସଆଇ ଅବନୀ ଖୁରା, ମୀନକେତନ ଶବରଙ୍କ ସମେତ ନର୍ଲା ପୁଲିସ ଓ ସିକେରକୁପାସ୍ଥିତ ସିଆରପିଏଫ ୬୪ ବାଟାଲିୟନର ଏକ ପ୍ଲାଟୁନ ଯବାନ ସାମିଲ ହୋଇଥିଲେ। ଫ୍ଲାଗ ମାର୍ଚ୍ଚ ସହିତ ଆଗାମୀ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବାର୍ତ୍ତା ଦେବାକୁ ପୁଲିସ ପକ୍ଷରୁ ଏହି ମହତ ପ୍ରଚେଷ୍ଟା କରାଯାଇଥିବା ସୂଚନା ମିଳିଛି। ଏପରିକି ପୁଲିସ ଓ ସିଆରପିଏଫର ମିଳିତ ଫ୍ଲାଗ ମାର୍ଚ୍ଚକୁ ନେଇ ସାଧାରଣରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। 

 ଲାଞ୍ଜିଗଡ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ

Sunil Chandra Nayak

Leave a Comment

error: Content is protected !!