ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଢେ଼ଙ୍କାନାଳ(ମ ସୀ ହା)୨୦/୦୭_ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖାନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୱାନ୍ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l

କାରଖାନାର ଏସଏମଏସ ୟୁନିଟ୍‌ର ୧ବି୪ ଫର୍ଣ୍ଣେସ୍‌ ର ପାଇପ୍ ରେ ଜାମ୍ ହେବାରୁ ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିବାର ସୁଚନା ମିଳିଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

Sunil Chandra Nayak

ମଣିଷ ଖିଆ ଘାଟି ରେ ଓଲଟିଲା ବସ, କ୍ରୀଡା ଶିକ୍ଷକ ମୃତ,20 ଛାତ୍ର ଛାତ୍ରୀ ଆହତ

masiha

Leave a Comment

error: Content is protected !!