ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

ବସ୍ତା ,୬।୨: ଜଣେ ଟ୍ରକ ଚାଳକ ନିଶାଶକ୍ତ ହୋଇ ଗାଡ଼ି ଚଳାଉଥିବା ଦେଖି ଜାତୀୟ ରାଜପଥ ପହରା ପୁଲିସ ତାକୁ ପିଛା କରି କାବୁ କରିବାକୁ ସକ୍ଷମ ହୋଇଛି। ସୂଚନା ଅନୁସାରେ ଡ଼ବ୍ଲ୍ୟୁବି ୨୫ଇ ୮୮୧୭ ନମ୍ବର ବିଶିଷ୍ଟ ଏକ ଟ୍ରକ ବସ୍ତା ଥାନା ୧୬ ନଂ ଜାତୀୟ ରାଜପଥର ରାଜଘାଟରୁ ବାଲେଶ୍ୱର ଅଭିମୁଖେ ଜିଗ୍‌ଜାଗ୍ ଆକାରରେ ଯାଉଥିବା ଦେଖି ଜାତୀୟ ରାଜପଥ ପହରା ପିଛା କରି ଟ୍ରକଟିକୁ ଇନ୍ଦିରାଛକ ନିକଟରେ କାବୁ କରିଥିଲା। ପରେ ଚାଳକ ଜଣକ ଅତ୍ୟଧିକ ନିଶା ସେବନ କରି ଗାଡ଼ି ଚଳାଉଥିବା ଜଣପଡ଼ିବା ପରେ ରାଜପଥ ପୁଲିସ ଗାଡ଼ିଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖି ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଚାଳକକୁ ଫାଣ୍ଡିରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

 

Related posts

କନ୍ଧମାଳ : ବନଜ୍ୟୋସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍‌‌ଯାପିତ: ରାଜ୍ୟର ବହୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ 

Sunil Chandra Nayak

ଆଜି କାବେରି ବାଡ଼ି ପଞ୍ଚାୟତ ଠାରେ ୬ ଟି  ଅଭିଯୋଗ ଶୁଣାଣି ହୋଇଛି

masiha

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!