ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖିରେ ନବରଙ୍ଗପୁର ଜିଲ୍ଲାରେ କୁଆ ପଥରବର୍ଷା

ନବରଙ୍ଗପୁର –(ମସିହା) ରଙ୍ଗପୁର ଜିଲ୍ଲା ରେ ଦେଖିବାକୁ ମିଳିଛି କାଳ ବୈଶାଖୀ ର ପ୍ରଭାବ ପବନ ଘଡ଼ଘଡି ସହ କୁଆ ପଥର ବର୍ଷା। ଗୋଟିଏ ପ୍ରକାର ଗରମ ରୁ ତ୍ରାହି ମିଳିଥିବା ବେଳେ କୁଆ ପଥର ବର୍ଷା ସମସ୍ତଙ୍କୁ ଅଟକାଇ ଦେଇଛି। ଆଜି ସନ୍ଧ୍ୟାରେ ଅଚାନକ ପ୍ରବଳ ମାତ୍ରା ରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା ପରେ କୁଆ ପଥର ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ଘଡ଼ଘଡ଼ି ଓ କୁଆପଥର ବର୍ଷା ନବରଙ୍ଗପୁର କୋରାପୁଟ ସୀମାନ୍ତ ଇନ୍ଦ୍ରାବତୀ ନଦୀ ନିକଟରେ ପ୍ରବଳ ମାତ୍ରା ରେ କୁଆପଥର ବର୍ଷା ହେବାରୁ ବରଫ ର ଚାଦର ବିଛେଇ ହେଲା ଭଳି ଦେଖିବାକୁ ମିଳିଛି। ଯେଉଁ ମାତ୍ରାରେ କୁଆପଥର ବର୍ଷା ହୋଇଛି ତାହାକୁ ଦେଖିଲେ ଚାଷ ନଷ୍ଟ ହୋଇଥିବାର ଆଶଂକା କରାଯାଉଛି।ସମସ୍ତଙ୍କ ମୁହରେ କାଶ୍ମିର ନୁହ ନବରଙ୍ଗପୁର୍ ବୋଲି ଆଲୋଚନା ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

masiha

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

Leave a Comment

error: Content is protected !!