ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକାରେ ବାପ ମୃତ, ପୁଅ ଗୁରୁତର

କାମାକ୍ଷାନଗର(ମ ନି ସ)24/4/23 //ଅଜଣା ଗାଡି ଧକାରେ ବାପ ମୃତ୍ୟୁ, ପୁଅ ଆହତ। ମୃତକ ହେଲେ ତୁମୁଶିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ଆହତ ପୁଅ ହେଲେ ଆଶିଷ ସାହୁ। ଆଜି ମଧ୍ୟାନ୍ନ ସମୟରେ କୌଣସି କାମନେଇ ଗ୍ରାମରୁ ବାହାର ବାଇକ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ। କାମସାରି ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟରାସ୍ତାର ସାଳୁଆ ଛକ ନିକଟରେ ଧକାଦେଇଥିଲା। ଫଳରେ ବାପ ପୁଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ଉଭୟ ବାପ ପୁଅଙ୍କୁ ଅଁଳାବେରେଣି ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ଡାକ୍ତର ଏଠି ବାପା ଅକ୍ଷୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ ପଅର ଚିକିତ୍ସା ଯାରି ରହିଛି। ଅକ୍ଷୟଙ୍କ ଖବର ମିଳିବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଵହଳଦା ବଜାର ରାସ୍ତା ମରଣଯନ୍ତା; ମରାମତି ପାଇଁ ସାଧାରଣରେ ଦାଵି

masiha

ଡି ଏ ପି ସାର ଉଚିତ୍ ମୂଲ୍ୟରେ ବିକ୍ରି:ବିକ୍ରି ସମୟରେ ବ୍ଳକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଙ୍କ ଉପସ୍ଥିତି

Sunil Chandra Nayak

ସରକାରଙ୍କ ପ୍ରତିଶ୍ରୁତି କେବଳ କଥାରେ ସୀମିତ : ଆଉଟସୋସିଂ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି 

Leave a Comment

error: Content is protected !!