ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ବାଲିଗୁଡ଼ା,20/05.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ ଦିନ ଯାତ୍ରା ଦେଖିବା ପରେ ପର ଦିନ ମଧ୍ୟ ଯାତ୍ରା ଦେଖିବାକୁ ଦୁଇ ଜଣ ଭାଇ ସନ୍ଧ୍ୟା ୪ଟା ସମୟ ରେ ବାହାରିଥିଲେ କିନ୍ତୁ ସନ୍ଧ୍ୟା ୬ଟା ବେଳେ ହଠାତ ଡ଼ିଲୁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ନୂଆସାହି ଆଡ଼କୁ ଦୌଡ଼ି ପଳାଇଥିଲେ। ସେ ଏକ ଧଳା ସାର୍ଟ କୁ ବ୍ଲୁ କଲର ଏକ ପ୍ୟାଣ୍ଟ ପିନ୍ଧି ଥିବା ବେଳେ ଆଜକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଡିଲୁ ର ପତ୍ତା ମିଳୁନାହିଁ। ଡିଲୁ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ପାଗଳାମି ପରି ହେଉଥିବା ମଧ୍ଯ ଜଣାପଡ଼ିଛି। ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ଲୋକେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଯଦି କୌଣସି ବ୍ୟକ୍ତି ଏହି ଯୁବକ ର ସନ୍ଧାନ ପାଆନ୍ତି, ତେବେ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

masiha

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

masiha

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!