ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

କୋକସରା,୧୬/୮//କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ତେତେଲପଡା ଗ୍ରାମର କମଳ ଲୋଚନ ନାଗ(୪୦) ଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି । ବୁଧବାର ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ନିକଟକୁ ଚାଲି ଆସିଥିବା ବେଳେ ଶୌଚ ପାଇଁ ଗାଁ ନିକଟସ୍ଥ ନାଲାକୁ ଯାଇଥିବା ବେଳେ କମଳକୁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁ ଆକ୍ରମଣରେ ଯୁବକଙ୍କ ମୁହଁରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଆମପାଣି ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର ଓ କର୍ମଚାରୀ ପହଞ୍ଚି ଯୁବକଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେବାସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଳି ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ 

Related posts

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!