କୋକସରା,୧୬/୮//କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ତେତେଲପଡା ଗ୍ରାମର କମଳ ଲୋଚନ ନାଗ(୪୦) ଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି । ବୁଧବାର ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ନିକଟକୁ ଚାଲି ଆସିଥିବା ବେଳେ ଶୌଚ ପାଇଁ ଗାଁ ନିକଟସ୍ଥ ନାଲାକୁ ଯାଇଥିବା ବେଳେ କମଳକୁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁ ଆକ୍ରମଣରେ ଯୁବକଙ୍କ ମୁହଁରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଆମପାଣି ଫରେଷ୍ଟ ଗାର୍ଡ ମହେଶ ମହାପାତ୍ର ଓ କର୍ମଚାରୀ ପହଞ୍ଚି ଯୁବକଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେବାସହ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଳି ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ କହିଛନ୍ତି।