ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

କାମାକ୍ଷାନଗର(ମନିସ )୨୦/୦୮_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ମନ୍ଦିର ଓ ପୁରାତନ କୀର୍ତ୍ତିରାଜିର ସ୍ଥିତି ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ। ପ୍ରଥମେ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ ସ୍ଥିତି ଅନୁଧ୍ୟାନ ପରେ କାମାକ୍ଷାନଗର ବ୍ଲକର ବଡଶୁଆଁଳ ହାଟୁଆରି ଠାରେ ଥିବା ବହୁ ପୂରାତନ ଶୈବପିଠ କପିଳେଶ୍ବର ମନ୍ଦିର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଲେ ASI ଅଧ୍ୟକ୍ଷ କେ କେ ବାଷା। ପ୍ରାୟ ୮୦୦ରୁ ୧୦୦୦ ହଜାର ବର୍ଷ ପୂର୍ବର ମନ୍ଦିର ହୋଇଥିବା ବେଳେ ତାହାର ଉନ୍ନତି ହୋଇପାରି ନାହିଁ।ରାଜା ରାଜୁଡ଼ା ସମୟରେ ତିଆରି ହୋଇଥିବା ମନ୍ଦିର ଏବେ ରାମିଆଳ ନଦୀରେ ଲୀନ ହେବାକୁ ବସିଲାଣି।ପୂର୍ବରୁ ରାମିଆଳ ନଦୀର ପାର୍ଶ୍ବରେ ନିର୍ମାଣ ହୋଇଥିବା ଏହି ପୂରାତନ ଶୈବପିଠ କାଳକ୍ରମେ ନଦୀ ବଢିବା ଯୋଗୁ ଏହା ନଦୀ ଗର୍ଭମଧ୍ୟକୁୁ ଚାଲି ଯାଇଛି।ତେଣୁ ବର୍ଷାଦିନେ ନଦୀ ବଢି ସମୟରେ ପ୍ରାୟ ୫ମାସ ଯାଏଁ ଦର୍ଶନରେ ବ୍ୟାଘାତ ସୃଷ୍ଟି ହୋଇଥାଏ।ଠାକୁରଙ୍କ ଏକ ଚଳନ୍ତି ପ୍ରତିମା ସେଠାରୁ ଆଣି ନଦୀକୁଳରେ ଥିବା ଏକ ଟାଇଲି ଘରେ ପୂଜା କରାଯାଇଥାଏ।ତେବେ ଏହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରଶାରଣ କରାଯାଇଥିଲା।ତେଣୁ ପ୍ରତ୍ନତତ୍ତ୍ବବିଭାଗର ତରଫରୁ ଆଜି ଶୈବପୀଠକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଦର୍ଶନ ପାଇଁ ଏକ ବ୍ରିଜର ବ୍ୟବସ୍ଥା କରାଯିବା ସହ ଯାତ୍ରୀବିଶ୍ରାମଗାର, ପାର୍ବତୀମନ୍ଦିର ନିର୍ମାଣ କରିବା ପାଇଁ ଦାଵୀ ହେଉଛି। ASI ଙ୍କ ଗ୍ରସ୍ଥ ସମୟରେ ପ୍ରକଳ୍ପ ଅଧିକାରୀ (ଢେଙ୍କାନାଳ) ଜ୍ୟୋତିଶଙ୍କର ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ,ବିଡିଓ ବିକାଶ ମହାନ୍ତି ସମେତ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହା ପରେ ପରଜଙ୍ଗ ବ୍ଲକର ଅଷ୍ଟସମ୍ଭୁ କୁଆଳୋ ଶିବମନ୍ଦିର ଓ ସରାଙ୍ଗ ସ୍ଥିତ ଅନନ୍ତଶୟନର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହାପରେ ସେ ତାଳଚେରର ବିଭିନ୍ନ ମନ୍ଦର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

Leave a Comment

error: Content is protected !!