ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପ ଘାତରେ ଯୁବକ ଅଜୟ ମୃତ

ଗୋଳାମୁଣ୍ଡା/20/8/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ପୋଲିସ ପଡାରେ ସର୍ପ ଘାତରେ ଗତକାଲି ଜଣେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ କେଗାଁର ପଦ୍ମଲୋଚନ ଆଡ଼ଜୁଏଡ଼ଙ୍କ ପୁଅ ଅଜୟ ଆଡ଼ଜୁଏଡ଼ ୨୫ ବୋଲି ଜଣାପଡିଛି । ସେ ନିଜ ଘରେ ଶୋଇଥିବା ସମୟରେ କଲେର ସାପଟି କାମୁଡି ଦେଇଥିଲା । ସାପ କାମୁଡି ଦେଇଥିବା ଜାଣିପାରି ବିଛଣାରୁ ଉଠି ସାପଟିକୁ ନିଜେ ମାରିଦେଇ ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଧୀରେ ଧୀରେ ବିଷଦେହ ସାରା ପ୍ରବେଶ କରି ଗୁରୁତର ହେବା ଦେଖି ପରିବାର ଲୋକେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜନନୀ ସମ୍ପର୍କ ଅଭିଯାନ ରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତ ଙ୍କ ଅଭିନବ ପ୍ରୟାସ

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!