ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଥ ସାଜିଲା ବାଧକ ପାଠ ପଢା ପାଇଁ

ବନ୍ଧୁଗାଁ ତା,୨୦/୮/୨୩, ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାସିପୁର ଵ୍ଳକ୍ ଅଧିନସ୍ଥ ଡ଼ଙ୍ଗାସିଲ ପଞ୍ଚାୟତର ଵଦଲିଝରଣ ଗ୍ରାମର ଯମୁନା ନାୟକ ଙ୍କ ପାଇଁ ଉଚ୍ଚଶିକ୍ଷା ନିମନ୍ତେ ଅର୍ଥ ସାଯିଛି ବାଧକ ।ଦସମନ୍ତ ପୁର ଆଦିବାସି ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ +୨ ପାସ୍ କରିଛନ୍ତି । ଘରର ପରିସ୍ଥିତି ଦେଖିଲେ ବାପା ବହୁବର୍ଷ ହେଲା ଦେହନ୍ତ ହୋଇଯାଇଛି । ଵଡ ନାନୀ ସ୍ୱାମି ଛାଡିଦେଵାରୁ ଘରେ ଆସି ରହୁଛନ୍ତି । ମାଁ ଵିଧବା ଭତା ୫୦୦ ଟଙ୍କା ପାଉଛନ୍ତି । ମାଙ୍କ ୫୦୦ ଟଙ୍କାରେ ଘର ଚଳିବା ସହ ଝିଅର ପାଠ ପଢିବା ବହୁ କଷ୍ଟରେ ଚଲୁଚନ୍ତି I ଏପରି ପରିସ୍ଥିରେ ମଧ୍ୟ ମା ଝିଅର ପାଠ ପଢାରେ କୌଣସି ଅସୁବିଧା ନ କରାଇ ପାଠ ପଢିବା ପାଇଁ ଜୀବନକୁ ବାଜିରେ ଲଗାଈ ଝିଅର ଯୁକ୍ତ ୨ ପଢାଇବାରେ ଜୁଟାଇଥିଲେ I ବର୍ତ୍ତମାନ ଯମୁନା ଆରତାର କ୍ଷେତରେ ମୂଲ ଲାଗିକି ପରିବାର ଚଳୁଛନ୍ତି । ଯମୁନା ଚଳିତ ବର୍ଷ ପାସ ହୋଇଥିଲେ ଖୁସିରେ ଥିଲେ କିନ୍ତୁ ନାମଲେଖା ସରିଯାଇଥିଵା ହେତୁ ଘରେ କମେଇବା ଲୋକ ଜଣେ ହୋଇଥିବାରୁ ଅର୍ଥ ସାଜିଲା ପାଠ ପଢାରେ ବାଧକ I ଯମୁନା ଚଳିତ ବର୍ଷ ଅର୍ଥ ଅଭାବ ଯୋଗୁଁ ଯୁକ୍ତ ତିନରେ ନାମ ଲେଖାଇବାରେ ବଞ୍ଚିତ ହୋଇଛନ୍ତି I ଆସନ୍ତା ବର୍ଷ ଗ୍ରାମର କିଛି ଵଧାନ୍ୟ ଵ୍ୟକ୍ତି ଆଗାମି ବର୍ଷ ଆସିଲେ ଯମୁନା ର ନାମ ଲେଖେଇଵାକୁ ଆଗେଇ ଆସିଥିବାର ଦେଖିବାକୁ ମିଳିଛି । ଯମୁନା କହିବା କଥା ମୋତେ ଯୁକ୍ତ ୩ ରେ ନାମ ଲେଖାଇବାରେ ସାହାଯ୍ୟ କଲେ ମୁଁ ମ ଅଞ୍ଚଳ ପାଇଁ ଭଲ ପାଠ ପଢି ନାମ ରଖିବି ବୋଲି କହିଥିଲେ I ଏହା ସହ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସାରଥୀ ରାଜୁ ଭାଇ ଯମୁନାଙ୍କ ଦୁଖ ଭରା ଖବର ଶୁଣି ଯମୁନାଙ୍କ ଘରେ ପହଞ୍ଚି ଟାଙ୍କୁ ଆସନ୍ତା ବର୍ଷ ପାଠ ପଢାରେ ସାହାଯ୍ୟ କରିବା ପାଇଁ ସାହାଯ୍ୟର ହାତ ବଢ଼ାଇ ଥିବାର ଦେଖିବାକୁ ମିଳିଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

Sunil Chandra Nayak

କେନାଲ ପାଣି ଯୋଗାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକାଇଲେ ତାଲା । ଜାତୀୟ ରାଜପଥ ଅବରୋଧ….

Sunil Chandra Nayak

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

masiha

Leave a Comment

error: Content is protected !!